ବରୀ କଂଗ୍ରେସ ରେ ବିରଞ୍ଚି ଙ୍କୁ ନେଇ ଚର୍ଚ୍ଚା

ଯାଜପୁର:(IBN ଓଡିଶା;ବ୍ୟୁରୋ)ସମ୍ପାଦକୀୟ:ଜନତା ଦଳ ସମୟରୁ ଛାତ୍ର ରାଜନୀତିରେ ଯୋଗଦେଇଥିଲେ ଯାଜପୁର ଜିଲ୍ଲା ବରୀ ବ୍ଲକ କିମ୍ଭିରିଆପାଳ ପଞ୍ଚାୟତ ଉଦୟପୁର ଗ୍ରାମର ଯୁବନେତା ବିରଞ୍ଚି ନାରାୟଣ ମହାନ୍ତି । ଜନତା ଦଳ ପରେ
ବିଜେଡି ସମୟରେ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଭାବେ ୩ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଦଳ ପାଇଁ ସଫଳତାର ସହିତ ସାଙ୍ଗଠନିକ କାର୍ଯ୍ୟ କରିଥିଲେ । ଏହା ପରେ ଦଳ ତାଙ୍କୁ ବିଜେଡି ମିଡିଆ ସେଲ ଦାୟିତ୍ୱ ପ୍ରଦାନ କରିଥିଲା । ଏହି ଦାୟିତ୍ୱକୁ ମଧ୍ୟ ସଫଳତାର ସହିତ ନିର୍ବାହ କରିଛନ୍ତି ବିରଞ୍ଚି। ରାଜନୀତି ସହିତ ବିଭିନ୍ନ ସମାଜିକ କାର୍ଯ୍ୟ କରି ବେଶ ଲୋକପ୍ରିୟ ହୋଇଛନ୍ତି । ବାପା ସ୍ୱର୍ଗତ ଗଗନ ଚନ୍ଦ୍ର ମହାନ୍ତି ନିଜ ଅଞ୍ଚଳରେ ଜଣେ ସମାଜସେବୀ ଭାବେ ବେଶ ପରିଚିତ ଥିଲେ । ବିରଞ୍ଚିଙ୍କ ଭାଇ ବଦ୍ରୀ ନାରାୟଣ ମହାନ୍ତି ରାଜ୍ୟର ଜଣେ ପ୍ରତିଷ୍ଠିତ ଦନ୍ତ ଚିକିତ୍ସକ । ନିଜ ଅଞ୍ଚଳରେ ବଦ୍ରୀ ନାରାୟଣ ମାଗଣା ଦାନ୍ତ ଚିକିତ୍ସା କରି ବେଶ ଲୋକପ୍ରିୟ ହୋଇଛନ୍ତି । ନିଜ ବାପା ଓ ଭାଇଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିରଞ୍ଚି ମଧ୍ୟ ସମାଜସେବା ସହିତ ଜଡିତ । ନିଜ ଅଞ୍ଚଳର ବିଭିନ୍ନ ସାମାଜିକ ସଂଗଠନ ଓ ମନ୍ଦିର ପରିଚାଳନା କମିଟି ସହିତ ଜଡିତ । ନିଜ ସାମାଜିକ କାର୍ଯ୍ୟ ମଧ୍ୟରେ ବିଭିନ୍ନ ସ୍କୁଲ ଓ ମନ୍ଦିରର ବିକାଶ କାର୍ଯ୍ୟ କରିଛନ୍ତି । ବନ୍ୟା ବାତ୍ୟା ବେଳେ ଲୋକମାନଙ୍କୁ ସହାୟତା କରିବା ସହିତ ଅଭାବୀ ଅସୁବିଧାରେ ପଡିଥିବା ଲୋକଙ୍କୁ ସାହାଯ୍ୟ ସହଯୋଗ କରନ୍ତି । ଉଦୟପୁର ଡାକଘରକୁ ନିର୍ମାଣ କରି ତାକୁ ହସ୍ତାନ୍ତର କରାଯାଇଛି ତାଙ୍କ ଉଦ୍ୟମରେ । ଏବେ ନିର୍ବାଚନ ସମୟ ଆସୁଥିବାରୁ ନିଜ ବ୍ଲକ ସହିତ ବରୀ ନିର୍ବାଚନ ମଣ୍ଡଳୀର ଯାଜପୁର ଓ ରସୁଲପୁର ବ୍ଳକରେ ନିଜ ସଂଗଠନ ସଜାଡୁଛନ୍ତି ବିରଞ୍ଚି । ବିଗତ କିଛି ବର୍ଷ ହେଲା ବିଜେଡିରେ ବ୍ୟାପକ ପରିବର୍ତ୍ତନ ହୋଇଥିଲା ବେଳେ ବିଜେଡି ଠାରୁ ଦୂରେଇ ଯାଇଛନ୍ତି ବିରଞ୍ଚି । ଆଗାମି ନିର୍ବାଚନରେ ବରୀ ପାଇଁ କଂଗ୍ରେସ ଦଳରୁ ଟିକେଟ ପାଇବାକୁ ନିଜର ଲବି କରୁଛନ୍ତି ବିରଞ୍ଚି । ବର୍ତ୍ତମାନ ସମୟରେ ବରୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର କେହି ଅନୁଭବୀ ନେତା ନଥିଲା ବେଳେ ଦଳୀୟ କର୍ମୀଙ୍କୁ ଏକ କରି ନିଜ ସଂଗଠନ ସଜାଡୁଛନ୍ତି ବିରଞ୍ଚି । ଯାହାକୁ ନେଇ ବରୀ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅପରପକ୍ଷେ ବିରଞ୍ଚି କୁହନ୍ତି ବରୀ ଏକ ପବିତ୍ର ମାଟି ହୋଇଥିବାରୁ ଏହାର ସେବା ଓ ବିକାଶ କରିବାକୁ ସେ ଶପଥ ନେଇଛନ୍ତି । କଂଗ୍ରେସ ଏକ ଜାତୀୟ ଦଳ ହୋଇଥିବାରୁ ଏହି ଦଳରୁ ସୁଯୋଗ ମିଳିଲେ ସେ ବରୀ ମାଟିର ସେବା କରିବେ ।