ଦେଶ

ପୂଜା ପରେ ମଧ୍ୟ ବିବାହ ପାଇଁ ମିଳିଲାନି ମନପସନ୍ଦ କନ୍ୟା; ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ…. – Ibnodisha

[ad_1]

ଲକ୍ଷ୍ନୌ: ବିବାହ ପାଇଁ ମନ ପସନ୍ଦର କନ୍ୟା ପାଇବା ଆଶାରେ ଶିବ ମନ୍ଦିରରେ ପୂଜାର୍ଚ୍ଚନା କୁରଥିଲେ ଯୁବକ । ହେଲେ ମିଳିଲା ନାହିଁ ଖୋଜୁଥିବା ପସନ୍ଦର କନ୍ୟା । ଏଥିରେ ଯୁବକଜଣଙ୍କ ଉତ୍ତେଜିତ ମନ୍ଦିରରୁ ଶିବଲିଙ୍ଗ ଚୋରି କରି ଫିଙ୍ଗି ଦେଲେ । ଜଣେ ଯୁବକର ଉନ୍ମୋତ କାଣ୍ଡର ଏପରି ଅଭିଯୋଗ ଉତ୍ତର ପ୍ରଦେଶର କୌଶମ୍ବୀ ଜିଲ୍ଲାରୁ ଆସିଛି । ଘଟଣା ସମ୍ପର୍କରେ ଅଭିଯୋଗ ହେବା ପରେ ମନ୍ଦିର କମିଟି ପୋଲିସରେ ଅଭିଯୋଗ କରିଥିଲା । ପୋଲିସ ଉକ୍ତ ଅଭିଯୁକ୍ତକୁ ଗିରଫ କରିଛି । ଶିବଲିଙ୍ଗକୁ ମଧ୍ୟ ଉଦ୍ଧାର କରାଯାଇ ମନ୍ଦିରରେ ପୁନଃ ସ୍ଥାପନା କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଏହି ମାମଲା ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ଚିତ୍ରକୋଟ କୁମିଆନୱା ଅଞ୍ଚଳରେ ଘଟିଛି । ସ୍ଥାନୀୟ ଅଞ୍ଚଳରେ ଭୈରବ ବାବାଙ୍କ ଦେବ ସ୍ଥାନ ରହିଛି । ଏହି ପରିସରରେ ଭଗବାନ ଶିବଙ୍କର ଏକ ପ୍ରାଚୀନ ମନ୍ଦିର ମଧ୍ୟ ରହିଛି ।

ସ୍ଥାନୀୟ ଅଞ୍ଚଳର ଛୋଟୁ ନାମକ ଜଣେ ଯୁବକ ନିଜ ବିବାହ ପାଇଁ ମନ ଗତ କିଛି ମାସ ହେବ ନିୟମିତ ପୂଜା କରିଆସୁଥିଲା । ହେଲେ ହଠାତ ଛୋଟୁକୁ ଆଉ ମନ୍ଦିରରେ ଦେଖିବାକୁ ମିଳିନଥିଲା । ଉକ୍ତ ଗ୍ରାମର ବିଜୟ ବାହାଦୂର ଯାଦବ ଏବଂ ତାଙ୍କ ପତ୍ନୀ କିରଣ ଦେବୀ ଏହି ମନ୍ଦିରର ରକ୍ଷଣା ବେକ୍ଷଣ କରିଆସୁଛନ୍ତି । ସେମାନେ ମନ୍ଦିରରେ ପହଞ୍ଚିବା ପରେ ମନ୍ଦିରରେ ଶିବଲିଙ୍ଗ ମଧ୍ୟ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ମନ୍ଦିର କମିଟି ମଧ୍ୟ ସ୍ଥାନୀୟ ପୋଲିସ ଷ୍ଟେସନରେ ଶିବଲିଙ୍ଗ ଚୋରି ହୋଇଥିବା ନେଇ ଏକ ଏତଲା ଦେଇଥିଲା । ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଗ୍ରାମବାସୀଙ୍କୁ ପଚରାଉଚରା କରିବା ପରେ ଛୋଟୁର ଭୂମିକା ସନ୍ଦେହ ଘରେକୁ ଆସିଥିଲା । ତାକୁ ଜେରା କରିବା ପରେ ସେ ହିଁ ଶିବଲିଙ୍ଗ ଚୋରି କରି ଫିଙ୍ଗିଥିବା କଥା ସ୍ୱୀକାର କରିଥିଲା । ତାକୁ ଜେରା ଆଧାରରେ ଶିବଲିଙ୍ଗକୁ ଉଦ୍ଧାର କରାଯାଇ ମନ୍ଦିରରେ ଯଥାରୀତି ସ୍ଥାପନା କରାଯାଇଛି । ଅଭିଯୁକ୍ତ ଛୋଟୁକୁ ଗିରଫ ମଧ୍ୟ କରିଛି ପୋଲିସ । ଜଣେ ଯୁବକଙ୍କର ଏପରି ବିକୃତ ମାନସିକତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button