ଆମେ ଛୁଆଟେ ଜନ୍ମ କରିପାରିବା; ନିର୍ଦ୍ଦେଶକ ଅଟଲିଙ୍କ ପତ୍ନୀଙ୍କୁ ଏଭଳି କହି ଟ୍ରୋଲ ହେଲେ ଶାହରୁଖ – Ibnodisha

[ad_1]
ମୁମ୍ବାଇ: ଆସନ୍ତାକାଲି ରିଲିଜ୍ ହେବ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଯବାନ’। ଅଟଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବଲିଉଡର କିଙ୍ଗ ଶାହରୁଖ ଖାନ୍ ଓ ସାଉଥ ସୁପରଷ୍ଟାର ନୟନତାରା ମୁଖ୍ୟ ଭୂମିକାରେ ନଜର ଆସିବେ। ନିକଟରେ ଏହି ଫିଲ୍ମର ଅଡିଓ ଲଞ୍ଚ କରାଯାଇଥିଲା। ଏଥିପାଇଁ ଏକ ବଡ଼ ଇଭେଣ୍ଟର ଆୟୋଜନ କରାଯାଇଥିବା ବେଳେ ଶାହରୁଖ କିଛି ଏଭଳି କଥା କହିଥିଲେ, ଯାହା ଏବେ ତାଙ୍କୁ ବିବାଦରେ ଛନ୍ଦିଛି।
ଅଡିଓ ଲଞ୍ଚ ଇଭେଣ୍ଟରେ ଶାହରୁଖ ଖାନ ମଞ୍ଚ ଉପରକୁ ଯାଇ ଏହି ଫିଲ୍ମରେ କାମ କରିବାର ଅଭିଜ୍ଞତା ବିଷୟରେ କହିଥିଲେ ଏବଂ ନିର୍ଦ୍ଦେଶକ ଅଟଲିଙ୍କ କାମକୁ ପ୍ରଶଂସା କରିଥିଲେ। ତା’ପରେ ସେ ଆଗ ଧାଡିରେ ବସିଥିବା ଅଟଲିଙ୍କ ପତ୍ନୀ ପ୍ରିୟାଙ୍କ ସହ ମଜାକ୍ କରି କହିଥିଲେ ଯେ, “ପ୍ରିୟା, ମୁଁ ପରେ ଆପଣଙ୍କୁ ଧନ୍ୟବାଦ ଦେବି। ଆମେ ଆଉ ଏକ ସନ୍ତାନ ଜନ୍ମ କରିପାରିବା। ମୋର ଅର୍ଥ ତୁମେ ଏବଂ ଅଟଲି, ମୁଁ ନୁହେଁ।” ଶାହରୁଖଙ୍କ ଏହି ମନ୍ତବ୍ୟ ଉପସ୍ଥିତ ଲୋକଙ୍କୁ ହସାଇଥିବା ବେଳେ ପ୍ରିୟା ନିଜେ ମଧ୍ୟ ଏକଥା ଶୁଣି ହସିଥିଲେ। ଏହା ପରେ ଶାହରୁଖ ଆହୁରି କହିଥିଲେ ଯେ, “ବର୍ତ୍ତମାନ ଅଟଲି ଏବଂ ମୁଁ ମିଶି ମଧ୍ୟ ପିଲା ଜନ୍ମ କରିପାରିବୁ। କୌଣସି ଅସୁବିଧା ନାହିଁ। ଆମେ ବର୍ତ୍ତମାନ ବନ୍ଧୁ। ”
ଜଣେ ସୁପରଷ୍ଟାର ହୋଇ ନିର୍ଦ୍ଦେଶକଙ୍କ ପତ୍ନୀଙ୍କୁ ଏଭଳି କହିଥିବାରୁ ଲୋକେ ଏହାକୁ ପସନ୍ଦ କରୁନଥିବା ଦେଖାଯାଇଛି।
[ad_2]




