ଦେଶ
ବନ୍ଦ ହେଲା ସୋନି-ଜୀ ମିଶ୍ରଣ – Ibnodisha

[ad_1]
ନୂଆଦିଲ୍ଲୀ: ଦୀର୍ଘ ଦୁଇ ବର୍ଷ ପର୍ଯ୍ୟନ୍ତ ମୁଲଚାଲ ପରେ ମଧ୍ୟ ସହମତି ହୋଇନପାରିବାରୁ ଦେଶର ଦୁଇ ବଡ଼ ଟିଭି ପ୍ରସାରଣକାରୀ ସଂସ୍ଥା ସୋନି ଓ ଜୀ ମିଶ୍ରଣ ବାତିଲ ହୋଇଛି। ୨୦୨୧ ଡିସେମ୍ବରରେ ଏହି ଦୁଇ କଂପାନି ପରଷ୍ପର ସହ ହାତ ମିଳାଇ ଆଗକୁ ବଢ଼ିବାକୁ ଚୁକ୍ତି କରିଥିଲେ। ତେବେ କେତେକ ବିଷୟକୁ ନେଇ ଉଭୟ ପକ୍ଷ ସହମତ ହୋଇପାରିନଥିଲେ। ସୋନି-ଜୀ ମିଶ୍ରଣ ବାତିଲ ହୋଇଥିବା ନେଇ ସୋନି ପକ୍ଷରୁ ଜୀକୁ ସୂଚନା ଦିଆଯାଇଥିଲା। ଜାନୁଆରୀ ୨୨ ଦିନ ଏହି ମିଶ୍ରଣକୁ ବାତିଲ କରି ଭଗବାନଙ୍କ ସଙ୍କେତ ବୋଲି କହିଛନ୍ତି ଜୀର ସିଇଓ ପୁନୀତ ଗୋଏଙ୍କା। ମିଶ୍ରଣକୁ ନେଇ ଯେଉଁ ସର୍ତ୍ତରେ ଚୁକ୍ତି ହୋଇଥିଲା ସେଥିରୁ କିଛି ସର୍ତ୍ତକୁ ଜୀ ଉଲ୍ଲଂଘନ କରିଥିବା ନେଇ ସୋନି ଅଭିଯୋଗ କରିବା ସହ ୭୪୮ କୋଟି ଟଙ୍କାର ଟର୍ମିନେସନ ଫି’ ଦାବି କରିଛି। ସୋନିର ସୂଚନା ପାଇବା ପରେ ଜୀ ପକ୍ଷରୁ ବୋର୍ଡ ବୈଠକ ଡକାଯାଇଥିଲା। ସୋନି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଜୀ ବିଚାର କରୁଛି।
[ad_2]




