ରାଜନୀତି

ମୁକିମ୍ ଓ ଚିରଞ୍ଜିବୀଙ୍କ ନିଲମ୍ବନ ହଟିଲା, କଂଗ୍ରେସକୁ ଫେରିଲେ କୃଷ୍ଣଚନ୍ଦ୍ର ସଗରିଆ – Ibnodisha

[ad_1]

ଓଡ଼ିଶା ଅସ୍ମିତା ପାଇଁ ଲଢେଇ ହେବ ଜୋର୍‌ଦାର
ଭୁବନେଶ୍ୱର- ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ମହମ୍ମଦ ମୁକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କ ନିଲମ୍ବନ ପ୍ରତ୍ୟାହାର ହୋଇଥିବାବେଳେ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତିି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାର ଏ ସଂପର୍କରେ ଘୋଷଣା କଲେ । ଡ. ଅଜୟ କୁମାର କହିଥିଲେ ଯେ ରାଜ୍ୟରେ ଯେପରି ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି, ସେଥିରୁ ସ୍ପଷ୍ଟ ଯେ ଓଡ଼ିଶାର ଅସ୍ମିତା ଏକ ସଂକଟକାଳ ଦେଇ ଗତି କରୁଛି । ଦିନକୁ ଦିନ ଅଣଓଡ଼ିଆଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି, ଯେପରି ବିଜେଡି ପୋଷ୍ଟରରୁ ବିଜୁଙ୍କ ଫଟୋକୁ ଆଉଟ୍ କରି ପାଣ୍ଡିଆନ୍‌ଙ୍କ ଫଟୋକୁ ଇନ୍ କରାଯାଉଛି ତାହା ଦର୍ଶାଉଛି ଯେ ଆଗାମୀ ଦିନରେ ନବୀନଙ୍କ ଫଟୋ ମଧ୍ୟ ଗାଏବ ହୋଇଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ରାଜ୍ୟରେ ଅଣଓଡ଼ିଆ ଶାସନର ମଙ୍ଗ ଧରିବା, ଖଣିଖାଦାନକୁ ଲୁଟ୍ କରିବା, ବାହାର ରାଜ୍ୟର ଠିକାଦାରମାନଙ୍କ ହାତରେ ଓଡ଼ିଶାକୁ ଟେକିଦେବା ଆଦି ଘଟଣା ସ୍ୱାଭିମାନୀ ଓଡ଼ିଆଙ୍କୁ ବ୍ୟଥିତ କରିଛି । ସ୍ମରଣ କରାଯାଇପାରେ ଯେ ଓଡ଼ିଶା ଓଡ଼ିଆଙ୍କର, ଓଡ଼ିଆଙ୍କ ଦ୍ୱାରା ଏବଂ ଓଡ଼ିଆଙ୍କ ପାଇଁ ସର୍ବୋପରି ଓଡ଼ିଶାର ଅସ୍ମିତା ପ୍ରତ୍ୟେକ ଓଡ଼ିଆଙ୍କ ଧେୟ ହେବା ଉଚିତ୍ ।
ଆଗାମୀ ୨୯ ତାରିଖ ଦିନ ଓଡ଼ିଆଙ୍କ ଅସ୍ମିତା ପାଇଁ ହେଉଥିବା ଲଢେଇରେ ସାମିଲ ହେବେ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ଏହି କାର୍ଯ୍ୟକ୍ରମରେ ପ୍ରତିଟି ସ୍ୱାଭିମାନୀ ଓଡ଼ିଆଙ୍କୁ ସାମିଲ୍ ହେବା ପାଇଁ ନିବେଦନ କରାଯାଉଛି । କଂଗ୍ରେସ ହିଁ ରାଜ୍ୟର ପ୍ରମୁଖ ବିରୋଧି ଦଳ । କଂଗ୍ରେସକୁ ଏକ ସଶକ୍ତ ବିକଳ୍ପ ରାଜନୈତିକ ଦଳ ଭାବେ ଆଗକୁ ଆଣିବା ପାଇଁ ଦଳରେ ଯୋଗଦେବାକୁ ଇଛୁକ ସମସ୍ତ ନେତା ଓ କର୍ମୀଙ୍କୁ ସ୍ୱାଗତ କରାଯିବା । ଦେଶ ପ୍ରସଙ୍ଗରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାର କହିଛନ୍ତି ଯେ ସଂପ୍ରତି ଦେଶର ହିନ୍ଦୁମାନେ ବିଜେପି ହିନ୍ଦୁ ଓ ସନାତନୀ ହିନ୍ଦୁ ଭାବେ ଦୁଇ ଭାଗରେ ବାଂଟି ହୋଇଛନ୍ତି । ବିଜେପି ହିନ୍ଦୁମାନେ ସନାତନୀ ହିନ୍ଦୁମାନଙ୍କୁ ଅନେକ ସ୍ଥାନରେ ମନ୍ଦିର ପ୍ରବେଶ କରିବାକୁ ନ ଦେବା, ବିଦ୍ୱେଷଭାବ ସୃଷ୍ଟିକରିବା ଏପରିକି ରାସ୍ତାରେ ଯିବାକୁ ଅନୁମତି ଦେଉ ନଥିବା ଭଳି ଘଟଣା ଘୃଣା ରାଜନୀତିକୁ ପ୍ରୋତ୍ସାହିତ କରୁଛି । ବିଜେପି ଦଳ ଏବଂ ଏହାର ନେତୃତ୍ୱ ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ହିନ୍ଦୁ ବିରୋଧି କହିବା ଦୁର୍ଭାଗ୍ୟଜନକ । ଏହି ମର୍ମରେ ଓଡ଼ିଶା କଂଗ୍ରେସ ପ୍ରଭାରୀ କହିଛନ୍ତି ଯେ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଏବଂ ବ୍ୟକ୍ତି ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଦେଶରେ ତୃତୀୟ ସ୍ୱାଧୀନତା ସଂଗ୍ରାମର ଆବଶ୍ୟକତା ରହିଛି । ବିଜେପିର ଏକଛତ୍ରବାଦ ଶାସନ ବିରୁଦ୍ଧରେ ତମାମ ଦେଶରେ ଜାଗରଣର ଆବଶ୍ୟକତା ରହିଥିବାବେଳେ ସଭିଙ୍କୁ ନ୍ୟାୟ ଦେବା ଲାଗି କଂଗ୍ରେସ ପ୍ରତିଶ୍ରୁତିବଦ୍ଧ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କଂଗ୍ରେସ କମିଟି ସଭାପତି ଜୟଦେବ ଜେନା ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ଅଧକ୍ଷଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀର ବିବରଣୀ ପ୍ରଦାନ କରିଥିବାବେଳେ ମିଡିଆ କମିଟିର ଅଧ୍ୟକ୍ଷ ଡଃ ବିଶ୍ୱରଂଜନ ମହାନ୍ତି ଓଡ଼ିଶା ଅସ୍ମିତା ପାଇଁ ହେଉଥିବା ଲଢେଇରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସହ-ପ୍ରଭାରୀ ଖ୍ରୀଷ୍ଟୋଫର ତିଲକ, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଓ ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button