ଦେଶ

ପୁଅକୁ ଗୁଳି ମାରି ହତ୍ୟା କଲା ବାପା – Ibnodisha

[ad_1]

ଇସଲାମାବାଦ:ବିରୋଧୀ ଦଳକୁ ସମର୍ଥନ କରିବା ପୁଅକୁ ପଡିଲା ମାହାଙ୍ଗା। ବାପ-ପୁଅ ଭିନ୍ନ ଭିନ୍ନ ଦଳକୁ ସମର୍ଥନ କରୁଥିବା ବେଳେ କେଉଁ ଦଳର ପତାକା ଘର ଆଗରେ ଉଡ଼ିବ, ଏହାକୁ ନେଇ ଝଗଡ଼ା ଆରମ୍ଭ ହୋଇଥିଲା । ଝଗଡ଼ା ବଢ଼ିବାରୁ ରାଗରେ ପୁଅକୁ ହତ୍ୟା କରିଥିଲା ବାପା।  ମିଳିଥିବା ସୂଚନା ମୁତାବକ, ମୃତକ କତାରରେ କାମ କରୁଥିବା ବେଳେ ଛୁଟିରେ ଘରକୁ ଫେରିଥିଲେ। ପେସାୱରରେ ଘର ଥିବା ବେଳେ ଘରକୁ ଫେରି ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ବଧୀନ ଦଳ ପାକିସ୍ତାନ ତେହେରିକ୍-ଏ-ଇନସାଫର ପତାକା ଘର ଆଗରେ ଉଡ଼ାଇଥିଲେ। ଏହାକୁ କାଢ଼ଦିଅ ବୋଲି ବାପା କହିବା ପରେ ବି ମୃତକ କାଢ଼ିନଥି‌ଲେ। ଏହାକୁ ନେଇ ଝଗଡ଼ା ହେବାରୁ ଅଭିଯୁକ୍ତ ବାପା ନିଜ ପୁଅକୁ ଗୁଳି ମାରି ଫେରାର ହୋଇଯାଇଥିଲା। ପରିବାର ଲୋକ ପୀଡ଼ିତଙ୍କୁ ଡାକ୍ତରଖାନା ନେଇଥିଲେ ବି ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ଏହି ଘଟଣାକୁ ନେଇ ଅଭିଯୋଗ ହେବାରୁ ପୁଲିସ ଏତଲା ରୁଜୁ କରି ଫେରାର ଥିବା ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି।

The post ପୁଅକୁ ଗୁଳି ମାରି ହତ୍ୟା କଲା ବାପା appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button