ରାଜ୍ୟ

ସୋଆ କ୍ୟାମ୍ପସ୍‌ରେ ସୌରଶକ୍ତି ପରିଚାଳିତ ପାଣିପାଗ ଓ ବାୟୁ ଗୁଣବତା ନିରୀକ୍ଷଣ କେନ୍ଦ୍ର ସ୍ଥାପିତ – Ibnodisha

[ad_1]

ଭୁବନେଶ୍ୱର,  : ଜଳବାୟୁ ପରିବର୍ତନକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ସିଟି ୟୁନିଭର୍ସିଟି ଅଫ୍ ନ୍ୟୁୟର୍କ (ସିୟୁଏନ୍‌ୱାଇ)
ପରିଚାଳିତ ବ୍ରୋନକ୍ସ କମ୍ୟୁନିଟି କଲେଜ ପକ୍ଷରୁ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ୍‌ରେ ଏକ ସ୍ୱୟଂଚାଳିତ ସୌରଶକ୍ତି ପରିଚାଳିତ
ପାଣିପାଗ ଓ ବାୟୁ ଗୁଣବତା ନିରୀକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇଛି ।
ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) କ୍ୟାମ୍ପସ୍‌ରେ ଥିବା ସୋଆ ପରିବେଶ ଓ
ଜଳବାୟୁ କେନ୍ଦ୍ରର ୫ ମାଇଲ ପରିସୀମା ମଧ୍ୟରେ ଏହି ଷ୍ଟେସନ୍ ପାଣିପାଗ, ତାପମାତ୍ରା, ବାୟୁ ପ୍ରଦୂଷଣର ସ୍ତର, ଗୁଣବତା, ଆର୍ଦ୍ରତା ଏବଂ ସୌର
ବିକୀରଣ ଇତ୍ୟାଦି ନିରୀକ୍ଷଣ କରିବ ।
ହାଇଦ୍ରାବାଦ ସ୍ଥିତ ୟୁଏସ୍ କନ୍‌ସଲେଟ୍ ପକ୍ଷରୁ ଏଥିପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ବ୍ରୋନକ୍ସ କମ୍ୟୁନିଟି କଲେଜର
ରସାୟନ ବିଜ୍ଞାନ, ଭୂ ବିଜ୍ଞାନ ଓ ପରିବେଶ ବିଜ୍ଞାନ ବିଭାଗର ଅଧ୍ୟକ୍ଷ ପ୍ରଫେସର ନୀଲ୍ ଫିଲିପ୍ ଓ ସେହି ବିଭାଗର ପ୍ରଫେସର ପାରମିତା ସେନ୍ ଏହାର
ପ୍ରମୁଖ ନିରୀକ୍ଷକ ଅଛନ୍ତି ।
ସମ୍ପୂର୍ଣ୍ଣ ଭାବେ ସୌରଶକ୍ତି ଦ୍ୱାରା ପରିଚାଳିତ ହେଉଥିବା ଏହି ପାଣିପାଗ କେନ୍ଦ୍ରକୁ ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର
ମଲ୍ଲିକ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ, ପ୍ରଫେସର ଫିଲିପ୍‌, ପ୍ରଫେସର ସେନ୍ ଏବଂ
ହାଇଦ୍ରାବାଦରେ ଅବସ୍ଥାପିତ ୟୁଏସ୍ କନ୍‌ସଲ୍ ଜେନେରାଲଙ୍କ ପରାମର୍ଶଦାତା ଶ୍ରୀ ସଲ୍ଲିଳ କାଦେର ଉପସ୍ଥିତ ଥିଲେ ।
ଡକ୍ଟର ସାହୁ କହିଥିଲେ ଯେ ଏହି କେନ୍ଦ୍ର ଜଳବାୟୁ ଏବଂ ବାୟୁ ଗୁଣବତାର ପରୀକ୍ଷଣ କରିବ । ଏହାର ଉପଲ୨ ତଥ୍ୟକୁ ଜଳବାୟୁ ସମ୍ପର୍କିତ
ଗବେଷଣା କରୁଥିବା ଫ୍ୟାକଲ୍ଟିମାନେ ଉପଯୋଗ କରିବା ସହ ଏହାକୁ ପାଠ୍ୟକ୍ରମରେ ମଧ୍ୟ ସାମିଲ କରାଯାଇ ପାରିବ ।
ଏହି ଷ୍ଟେସନ୍‌ର ତଥ୍ୟକୁ ସମାଜର ହିତ ପାଇଁ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବ୍ୟବହାର କରିପାରିବ ବୋଲି ସେ କହିଛନ୍ତି ।
ଜଳବାୟୁ ପରିବର୍ତନ ଓ ବାୟୁର ଗୁଣବତା ଭଳି ଦୁଇଟି ପ୍ରମୁଖ ପ୍ରସଙ୍ଗ ମାନବ ସମାଜ ଉପରେ ପ୍ରଭାବ ପକାଉଥିବା ବେଳେ ଏ ଦିଗରେ
ପରିବର୍ତନ ଆଣିବା ନିମନ୍ତେ ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହିତ କାର୍ଯ୍ୟ କରିବା ଆମର ଲକ୍ଷ୍ୟ ବୋଲି ପ୍ରଫେସର ଫିଲିପ୍ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫାୟାର୍ସ) ପ୍ରଫେସର ରେଣୁ ଶର୍ମା, ରସାୟନ ବିଭାଗର ପ୍ରଫେସର
ମୀରା ଦାସ, ସୋଆ ସେଂଟର ଫର୍ ବାୟୋଫୁଏଲ୍ ଆଣ୍ଡ ବାୟୋ ପ୍ରୋସେସିଂ ରିସର୍ଚ୍ଚ ସେଂଟରର ପ୍ରଫେସର ଆଦିତ୍ୟ କିଶୋର ଦାସ ତଥା ସିଭିଲ୍‌
ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଅକ୍ଷୟ କୁମାର ବର୍ମା, ପ୍ରଫେସର ବିଦ୍ୟାଧର ବାସା ଓ ପ୍ରଫେସର ଜଗନ୍ନାଥ ପ୍ରସାଦ ବେହେରା ଉପସ୍ଥିତ ଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button