ନନ୍ଦନକାନନରେ ନୂଆ ଅତିଥି ୪ ଓଟପକ୍ଷୀ, ବୃଦ୍ଧ ବଜ୍ରକାପ୍ତା ମୃତ – Ibnodisha

[ad_1]

ବାରଙ୍ଗ/ ତ୍ରିଶୁଳିଆ: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ହାଇଦ୍ରାବାଦରୁ ୪ ଓଟପକ୍ଷୀଙ୍କୁ ଅଣାଯାଇଛି। ନୂଆ ଅତିଥି ଓଟପକ୍ଷୀଙ୍କ ଆଗମନରେ ଯେତିକି ଖୁସି ସୃଷ୍ଟି ହୋଇଛି, ଏକ ବୃଦ୍ଧ ବଜ୍ରକାପ୍ତାର ମୃତ୍ୟୁରେ କର୍ମଚାରୀ ମହଲରେ ସେତିକି ଦୁଃଖ ଉପୁଜିଛି। କ୍ରୟ କରି ଅଣାଯାଇଥିବା ଓଟପକ୍ଷୀଙ୍କ ମଧ୍ୟରେ ଗୋଟିଏ ଅଣ୍ଡିରା ଓ ୩ଟି ମାଈ ଅଛନ୍ତି। ଏମାନଙ୍କର ବୟସ ଦୁଇ ବର୍ଷ ମଧ୍ୟରେ। ସମସ୍ତ ଓଟପକ୍ଷୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କୁ ଜିରାଫ୍ ଘର ସମ୍ମୁଖରେ ପୂର୍ବରୁ ଜେବ୍ରା ରହୁଥିବା ଖୁଆଡ଼ ମଧ୍ୟରେ ଛଡାଯାଇଛି। ଏହି ୪ ଓଟପକ୍ଷୀଙ୍କୁ ମିଶାଇ ନନ୍ଦନକାନନରେ ଏମାନଙ୍କ ମୋଟ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ପ୍ରାକୃତିକ ପରିବେଶରେ ଏମାନଙ୍କ ପରମାୟୁ ୩୦ ରୁ ୪୦ ବର୍ଷ ମଧ୍ୟରେ। ଏମିତିକି ପାଳିତ ଓଟପକ୍ଷୀ ୭୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିବାର ଉଦାହରଣ ମଧ୍ୟ ରହିଛି। ୪ ରୁ ୫ ବର୍ଷ ବୟସ ହେଲେ ସେମାନେ ପ୍ରଜନନକ୍ଷମ ହୋଇଥାଆନ୍ତି। ମାଈ ଓଟପକ୍ଷୀ ଥରକେ ୧୨ରୁ ୧୮ଟି ପର୍ଯ୍ୟନ୍ତ ଅଣ୍ଡା ଦେଇଥାଏ। ଅଣ୍ଡାର ଓଜନ ୧୧ ଶହ ଗ୍ରାମ୍ରୁ ୧୬ ଶହ ଗ୍ରାମ୍ ମଧ୍ୟରେ ହୋଇଥାଏ। ଦିନବେଳା ମାଈ ଅଣ୍ଡାର ଯତ୍ନ ନେଉଥିବା ବେଳେ ରାତିରେ ଅଣ୍ଡିରା ଅଣ୍ଡାଗୁଡ଼ିକର ଯତ୍ନ ନେଇଥାଏ। ୪୨ ରୁ ୪୬ ଦିନ ମଧ୍ୟରେ ଅଣ୍ଡାରୁ ଛୁଆ ବାହାରିଥାଆନ୍ତି।
ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ୧୦ ବର୍ଷ ବୟସର ଅଣ୍ଡିରା ବଜ୍ରକାପ୍ତାର ମୃତ୍ୟୁ ହୋଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ତା’ର ମୃତ୍ୟୁ ହୋଇଛି। ଏହି ବଜ୍ରକାପ୍ତାଟିକୁ ଅଗଷ୍ଟ ୯ ତାରିଖରେ ରାଇରଙ୍ଗପୁରରୁ ଉଦ୍ଧାର କରି ଅଣାଯାଇଥିଲା। ଏହାର ମୃତ୍ୟୁ ପରେ ନନ୍ଦନକାନନର ଏବେ ମୋଟ ୨୫ଟି ବଜ୍ରକାପ୍ତା ଅଛନ୍ତି।
[ad_2]