ରାଜ୍ୟ

ଗୋରୁ ପଲକୁ ଧକ୍କା ଦେଇ ଓଲଟିଲା ବସ୍‌; ୧୦ ଆହତ

ଗୋରୁ ପଲକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍। ଦୁର୍ଘଟଣାରେ ଗୋଟିଏ ଗୋରୁର ମୃତ୍ୟୁ ଘଟିଥିବା ବେଳେ ୧୦ ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ ଲିଙ୍ଗାଗଡ଼ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ମାଳତି ନାମକ ଯାତ୍ରୀବାହୀ ବସ୍ ଆସିକାକୁ ମୁନିଗୁଡ଼ା ଅଭିମୁଖେ ଯାଉଥିଲା।

ଲିଙ୍ଗାଗଡ଼ ଗାଁ ନିକଟରେ ଏକ ଗୋରୁ ପଲ ହଠାତ୍ ବସ୍ ସମ୍ମୁଖକୁ ପଲାଇ ଆସିଥିଲେ। ଏହି ସମୟରେ ବସ୍ଟି ଗୋରୁ ପଲକୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ଜି. ଉଦୟ ଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ବସ୍କୁ ଜବତ କରି ଘଟଣା ତଦନ୍ତ କରୁଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button