IBN ଓଡ଼ିଶା ବ୍ୟୁରୋଅପରାଧରାଜ୍ୟ

IAS ରଂଜନ ଦାସ ଙ୍କୁ ଲୋକୟୁକ୍ତ ଙ୍କ ଛାଟ।

*ହଜାରେ କୋଟି ଟଙ୍କାର କଳାପଥର ଲୁଟ ପ୍ରସଙ୍ଗ*

*ବିଛାଖଣ୍ଡିରୁ ୨୦୦ କୋଟିର କଳାପଥର ଲୁଟ୍*

*ପୂର୍ବତନ ଜିଲ୍ଲାପାଳ ରଂଜନ ଦାସଙ୍କ ସମ୍ପୃକ୍ତି*

==============================
*ଭିଜିଲାନ୍ସ ତଦନ୍ତ ରିପୋର୍ଟ ଲୋକାୟୁକ୍ତଙ୍କ ନିକଟରେ ଦାଖଲ*

*ପୂର୍ବତନ ଜିଲ୍ଲାପାଳ, ୩ ତହସିଲଦାର, ୨ ଆର୍‌ଆଇ, ୮ ଲିଜ୍‌ଧାରୀଙ୍କୁ ଲୋକୟୁକ୍ତ ଙ୍କ ନୋଟିସ୍*

*ଲୁଟ ରେ ସାମିଲ ପ୍ରଣବ ବଲବନ୍ତରାୟ*

*ଶ୍ରୀ ଦାସ ଙ୍କୁ ପ୍ରଶାସକ ପଦରୁ ବହିଷ୍କାର କରିବାକୁ ଓସା ର ଦାବି*

=============================

ଭୁବନେଶ୍ୱର/ଯାଜପୁର:IBN ଓଡିଶା(ବ୍ୟୁରୋ)

ଚୋରି ଯେତେ ଲୁଚାଇଲେ ବି ଫୁଟି ବାହାରୁଚି।ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ସବୁବେଳେ ଚର୍ଚ୍ଚା ରେ ରହି ଆସୁଥିବା ବେଳେ ଚୋର ର ମାଉସୀ ସାଜିଛନ୍ତି ପ୍ରଶାସନିକ ବଡ ପଣ୍ଡା ବାବୁମାନେ।କୋଟି କୋଟି ଟଙ୍କାର କଳାପଥର ଲୁଟ ପରେ ଲୁଟ ହେଉଥିବା ବେଳେ ରାଜ୍ୟ ସରକାର ରାଜସ୍ୱ ହରାଉଛନ୍ତି।ହେଲେ ଦାୟିତ୍ବ ଲିଭାଇ ଥିବା ସ୍ଥାନୀୟ ଜନ ପ୍ରତିନିଧି ମାନେ ପାହାଡ ମାଫିଆଙ୍କ ସହ ରହି ରାଧେ ରାଧେ କୁ ଅଧେ କରି ଲୁଟ କୁ ସାହାଯ୍ୟ କରୁଛନ୍ତି।ବିଗତ ଦିନରେ ମଧ୍ୟ ମାନ୍ୟବର କୋର୍ଟ ରେ ଏନେଇ ଅନେକ ମାମଲା ବିଚାରାଧୀନ ଥିବା ବେଳେ ଅନେକ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଛନ୍ଦି ହୋଇଛନ୍ତି।ହେଲେ ମଣିଷ ପ୍ରକୃତି ମଲେ ତୁଟେ ନ୍ୟାୟ ରେ ତଳରୁ ଉପର ସମସ୍ତେ ଦୁର୍ନୀତି ରେ ଲିପ୍ତ।

ସୂଚନା ଥାଉକି ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ କଳାପଥର ‌କେଳେଙ୍କାରୀର ପର୍ଦାଫାଶ ହୋଇଛି।ଉକ୍ତ ଖଣି ଲୁଟର ମୁଖ୍ୟ ସୂତ୍ରଧର ପୂର୍ବତନ ଜିଲ୍ଲାପାଳ ତଥା ଏବେକାର ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଲିପ୍ତ ଥିବାର ଜ୍ୱଳନ୍ତ ଚିତ୍ର ସାମ୍ନା କୁ ଆସିଛି। ବିଛାଖଣ୍ଡି ପାହାଡ଼ରୁ ୨ଶହ କୋଟି ଟଙ୍କାର କଳାପଥର ଲୁଟ୍ ହୋଇଥିବାର ଭିଜିଲାନ୍ସ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି। ଲୋକାୟୁକ୍ତ ଏହାର ଶୁଣାଣି କରି ତତ୍କାଳୀନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ପୂର୍ବତନ ଧର୍ମଶାଳା ତହସିଲଦାର ପ୍ରଭାସ ବେହୁରା, ଅତିରିକ୍ତ ତହସିଲଦାର ଶୀତଳ ଅଗ୍ରୱାଲ,ପୂର୍ବତନ ତହସିଲଦାର ସରୋଜ ପଣ୍ଡା, ପୂର୍ବତନ ରାଜସ୍ୱ ନିରୀକ୍ଷକ ବୀରକିଶୋର ମହାରଣା, ଓ ସୁଶାନ୍ତ ସ୍ୱାଇଁଙ୍କ ସମେତ ୮ଜଣ ଲିଜ୍‌ଧାରୀଙ୍କୁ ଆସନ୍ତା ଜୁନ୍‌ ୨୩ ତାରିଖ ମଧ୍ୟରେ ଜବାବ ଦାଖଲ ପାଇଁ ନୋଟିସ୍ କରିଛନ୍ତି।

ଗତକାଲି ଲୋହିଆ ଏକାଡେମିରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଏବଂ ସର୍ବେଶ୍ୱର ବେହୁରା ଏ ସମ୍ପର୍କରେ
ଅଭିଯୋଗ କରି କହିଛନ୍ତି ଯେ, ୨୦୧୬ ମସିହାରୁ ବିଛାଖଣ୍ଡି ପାହାଡ଼ରୁ କଳାପଥର ଲୁଟ୍ ହେଉଛି। କଟକସ୍ଥିତ ଡିଏଫ୍‌ଓଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଆଧାରରେ ‌ଶ୍ରୀ ପ୍ରଧାନ ଓ ଶ୍ରୀ ବେହୁରା କହିଛନ୍ତି ଯେ ୮୯୦ ଏକର ଜମି ଉପରେ ଅବସ୍ଥିତ ଏହି ବିଛାଖଣ୍ଡି ସଂରକ୍ଷିତ ଜଙ୍ଗଲ ମଧ୍ୟରେ କଳାପଥର ଖଣି ଲିଜ୍ ଦେବାପାଇଁ କେନ୍ଦ୍ର ସରକାର କୌଣସି ଅନୁମତି ଦେଇନାହାନ୍ତି। ହେଲେ, ଖଣି ମାଫିଆମାନେ ବେଆଇନ ଭାବେ ଶହଶହ ଟନ୍ କଳାପଥର ଚୋରି କରୁଛନ୍ତି ବୋଲି ଡିଏଫ୍‌ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ। ସେହିଭଳି, ଧର୍ମଶାଳା ତହସିଲରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଥିଲା ଯେ ଉକ୍ତ ଅଞ୍ଚଳରେ ଖଣି ଖନନ ପାଇଁ କୌଣସି ବ୍ୟକ୍ତିଙ୍କୁ ଲିଜ୍ ଦିଆଯାଇନାହିଁ ଏବଂ ଯେଉଁ ଖଣି ଖନନ ଚାଲିଛି, ତାହା ସମ୍ପୂର୍ଣ୍ଣ ବେଆଇନ ବୋଲି ଜଣା ପଡ଼ିଥିଲା।ଏପଟେ ଜିଲ୍ଲାପାଳ ଉକ୍ତ ରିଜର୍ଭ ଫରେଷ୍ଟ ନିକଟରେ ୧୨ଟି କ୍ରସର୍ ୟୁନିଟ୍ ଚାଲିବା ପାଇଁ ଅନୁମତି ଦେଇଥିଲେ।

????????????????????????????????????

ବିଛାଖଣ୍ଡି ପାହାଡ଼ରେ ଚାଲିଥିବା କଳାପଥର ଚୋରିକୁ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ସର୍ବେଶ୍ୱର ବେହୁରା ଏନେଇ ୮ ଫେବ୍ରୁଆରି ୨୦୨୧ରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ସହ ଏହାର ତଦନ୍ତ ପାଇଁ ଦାବି କରିଥିଲେ। ଲୋକାୟୁକ୍ତ ଉକ୍ତ ଅଭିଯୋଗକୁ ଗ୍ରହଣ କରି ଜିଲ୍ଲାପାଳ, ତହସିଲଦାରଙ୍କୁ ନୋଟିସ୍ କରିଥିଲେ। ସେମାନଙ୍କ ଉତ୍ତରରେ ସନ୍ତୁଷ୍ଟ ନ ହେବାରୁ ଲୋକାୟୁକ୍ତ ରାଜ୍ୟ ଭିଜିଲାନ୍ସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କଳାପଥର ଖଣି ହରିଲୁଟ୍ ଏତେ ବ୍ୟାପକ ଥିଲା ଯେ ଭିଜିଲାନ୍ସ ବର୍ଷାଧିକ ସମୟ ନେଇ ଚଳିତ ବର୍ଷ ଏପ୍ରିଲ ୨୮ ତାରିଖରେ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ଖଣି ଚୋରିର ଠିକ୍ ଆକଳନ କରିପାରିନଥିଲେ।

ଉକ୍ତ ଚୋରା ପଥର ଖଣି ଖନନର ତଦନ୍ତ ପାଇଁ ରାଜ୍ୟ ଭିଜିଲାନ୍ସ ଭାରତ ସରକାରଙ୍କ ହାଇଦ୍ରାବାଦସ୍ଥିତ ନ୍ୟାସନାଲ ରିମୋଟ୍‌ ସେନସିଂ ସେଣ୍ଟର୍‌, ଇସ୍ରୋର ସହାୟତା ନେଇଥିଲେ। ଉକ୍ତ ସଂସ୍ଥା ରାଜ୍ୟ ଭିଜିଲାନ୍ସକୁ ୨୦୦୫ରୁ ୨୦୨୦ ମଧ୍ୟରେ ବିଛାଖଣ୍ଡି ପାହାଡ଼ର ସାଟେଲାଇଟ୍ ଛବି ଉତ୍ତୋଳନ କରି ପ୍ରଦାନ କରିଥିଲେ। ଏହାପରେ ଉକ୍ତ ଛବିଗୁଡ଼ିକୁ ଓରସାକ୍‌, ଭୁବନେଶ୍ୱରକୁ ଅନୁଧ୍ୟାନ କରି ବର୍ଷୱାରି କେତେ ପରିମାଣର କଳାପଥର ଖନନ ହୋଇଛି, ଏହାର ତଥ୍ୟ ଦେବାକୁ ଅନୁରୋଧ କରାଯାଇଥିଲା। ଉକ୍ତ କଳାପଥର ଖନନ ଯୋଗୁଁ ବିଛାଖଣ୍ଡି ପାହାଡ଼ରେ ବଡ଼ବଡ଼ ପୋଖରୀ ସୃଷ୍ଟି ହୋଇଛି। ଏହି ପୋଖରୀଗୁଡ଼ିକରେ ପାଣି ଭର୍ତ୍ତି ଥିବାରୁ ୨୦୦୫ରୁ ୨୦୨୦ ମଧ୍ୟରେ ଉକ୍ତ ସ୍ଥାନରେ କେତେ ପଥର ଖୋଳଯାଇଛି, ଏହା କିପରି ମପାଯିବ, ସେଥିପାଇଁ ଭିଜିଲାନ୍‌ସ ଓରସାକ୍‌ଠାରୁ ବୈଷୟିକ ସହାୟତା ଲୋଡ଼ିଥିଲା। ଓରସାକ୍ ବର୍ତ୍ତମାନ ସ୍ଥିତିକୁ ଆଧାର କରି ମପାଯାଇ ପାରିବ ବୋଲି ଜଣାଇଥିଲେ।

୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ୧୨ଟି ଲିଜ୍ ଅଞ୍ଚଳ ପରିସର ବାହାରେ ଖଣି ଲିଜ୍‌ଧାରୀମାନେ ଲକ୍ଷଲକ୍ଷ ଟନ୍ ପଥର ବେଆଇନ ଭାବେ ଉତ୍ତୋଳନ କରିଛନ୍ତି। ସେହିପରି ଲିଜ୍ ନଥାଇ ୪ଟି ଲିଜ୍ ସ୍ଥାନରେ ଖଣି ମାଫିଆମାନେ ଲକ୍ଷଲକ୍ଷ ଟନ୍‌ର ପଥର ଚୋରା ଚାଲାଣ କରିଛନ୍ତି। ଏହି ଚୋରା ଚାଲାଣରେ ପ୍ରାୟ ୨୦୦ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି। ଯଦି ସମସ୍ତ କଳାପଥର ଚୋରିର ବଜାର ଦରକୁ ହିସାବକୁ ନିଆଯାଏ, (୧୩୦୦ ଟଙ୍କା – ଏକ କ୍ୟୁବିକ୍ ମିଟର ପଥର) ତେବେ ୧୦୦୦ କୋଟି ଟଙ୍କା ଲୁଟ୍ ହୋଇଛି ବୋଲି ଶ୍ରୀ ବେହୁରା ଅଭିଯୋଗ କରିଛନ୍ତି। ବିଛାଖଣ୍ଡି ପାହାଡ଼ରେ କଳାପଥର ଚୋରି ଏତେ ବ୍ୟାପକ ଯେ ଭିଜିଲାନ୍ସ ମଧ୍ୟ ସମସ୍ତ ଖଣିର ଅନୁଧ୍ୟାନ ଏବଂ କ୍ଷତିର ମୂଲ୍ୟାୟନ କରିପାରି ନାହିଁ ବୋଲି ଶ୍ରୀ ବେହୁରା କହିଛନ୍ତି।

ଅନ୍ୟପକ୍ଷରେ, ଶ୍ରୀ ପ୍ରଧାନ ଏହି କାରବାର ପାଇଁ ପୂର୍ବତନ ଜିଲ୍ଲାପାଳ ତଥା ବର୍ତ୍ତମାନ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତ ହୋଇଥିବା ଆଇଏଏସ ରଞ୍ଜନ କୁମାର ଦାସ ଓ ତତ୍କାଳୀନ ୩ ତହସିଲଦାର ଏବଂ କର୍ମଚାରୀ ଲିଜଧାରୀଙ୍କ ସହିତ ସ୍ଥାନୀୟ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ମଧ୍ୟ ଦାୟୀ କରିଛନ୍ତି। ଯଦି ଖଣି ଖାଦାନକୁ ସେ ସୁରକ୍ଷା ଦେଇ ପରିଲେନି ତେବେ କେମିତି କୋଟି ଓଡ଼ିଆଙ୍କ ଭାବନା ସହ ଜଡ଼ିତ ମହାପ୍ରଭୁ ଓ ତାଙ୍କ ରତ୍ନ ଭଣ୍ଡାରକୁ ସୁରକ୍ଷା ଦେବେ ବୋଲି ପ୍ରଶ୍ନ ଉଠାଇଛନ୍ତି ସୂଚନା ଅଧିକାର କର୍ମୀ।ତେବେ ତୁରନ୍ତ ଶ୍ରୀ ଦାସଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବରୁ ହଟାଇବାକୁ ସେ ଦାବି କରିଛନ୍ତି।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button