IBN ଓଡ଼ିଶା ବ୍ୟୁରୋ

ବାରମ୍ବାର ପାଠ ପଢି ଯଦି ମନେ ରହୁନି… ତେବେ ବିଦ୍ୟାର୍ଥୀ ମାନେ ତୁଳସୀ ସହ ମିଶାଇ ଖାଇ ନିଅନ୍ତୁ ବାସ୍ ଏହି ଗୋଟିଏ ଜିନିଷ !

ବାସ୍ତୁ ଶାସ୍ତ୍ରର ପ୍ରତ୍ଯେକଟି ବ୍ୟକ୍ତି ଜୀବନରେ ବହୁତ ମହତ୍ଵପୂର୍ଣ୍ଣ ଭୂମିକା ରହିଥାଏ । କାରଣ ବାସ୍ତୁ ଅନୁଯାଇ ରହିଥିବା ନିୟମ ଗୁଡିକର ପାଳନ ଦ୍ଵାରା ଘରର ଉନ୍ନତି ହୋଇଥାଏ । ଘରକୁ ଅନେକ ସୁଖ, ସମୃଦ୍ଧି ମାଡି ଆସିଥାଏ । ତେବେ ସେହିଭଳି କିଛି ବଛା ବଛା ବାସ୍ତୁ ଟିପ୍ସ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇକି ଆସିଛୁ ।1- ଘରର ଦକ୍ଷିଣ ଦିଗରେ କେବେବି କ୍ଯାଲେଣ୍ଡର ଟାଙ୍ଗିବା ଉଚିତ ନୁହେଁ । ନଚେତ ଘର ସଦସ୍ୟଙ୍କର ସ୍ଵାସ୍ଥବସ୍ତା ବାରମ୍ବାର ଖରାପ ହୋଇଥାଏ ।

 

2- ଘରର ପଶ୍ଚିମ ଦିଗରେ କ୍ଯାଲେଣ୍ଡର ଟାଙ୍ଗିବା ଉଚିତ । ଯାହା ଘର ପାଇଁ ଶୁଭ ହେବ ସହ ଘରର ଅଟକି ରହିଥିବା କାର୍ଯ୍ୟ ମଧ୍ୟ ପୁରା ହୋଇଥାଏ । 3- ଘରେ ଭାଙ୍ଗି ଯାଇଥିବା ବାସନ ଓ ଆଇନା ରଖିବା ଅନୁଚିତ । ନଚେତ ଏହା ଘର ମଧ୍ୟ ନକରାତ୍ମକ ଶକ୍ତିକୁ ପ୍ରବେଶ କରାଇଥାଏ । 4- ଘରର ପଇସା ରଖୁଥିବା ଆଲମାରୀର ମୁହଁକୁ ଉତ୍ତର ଦିଗକୁ କରି ରଖିବା ଉଚିତ । ଏହା ଦ୍ଵାରା ଘରର ଆର୍ଥିକ ସ୍ଥିତି ଭଲ ରହିଥାଏ ।

5- ଘରର ଗାଧୁଆ ଘରେ ଅଇନା ରଖନ୍ତୁ, ହେଲେ ଅନ୍ୟ କୌଣସି ଫୋଟ ସେଠାରେ ଟାଙ୍ଗିବା ଅନୁଚିତ । 6- ଶୋଇବା ଘରେ ରାଧାକୃଷ୍ଣଙ୍କର ଫୋଟ ଟାଙ୍ଗିବା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀ ମଧ୍ୟ ସମ୍ପର୍କ ଭଲ ରହିଥାଏ । 7- ପିଲାଙ୍କ ପଢା ଘରେ ଶୁଆ ଚିତ୍ର ଲଗାଇବା ଦ୍ଵାରା ପିଲାଙ୍କର ପାଠ ପଢାରେ ମନ ଲାଗିଥାଏ । 8- ଠାକୁର ଘରେ ଗରୁଡ ଉପରେ ବସିଥିବା ଲକ୍ଷ୍ମୀ ନାରାୟଣଙ୍କର ଫୋଟ ରଖନ୍ତୁ । ଏହା ଘରର ସୁଖ, ସମୃଦ୍ଧି ବଢାଇଥାଏ ।

 

9- ଘରେ ବସିଥିବା ହନୁମାନଙ୍କ ଫୋଟ ଲଗାଇବା ଘର ପାଇଁ ବହୁତ ମାତ୍ରାରେ ଶୁଭ ଫଳଦାୟକ ହୋଇଥାଏ । 10- ଘରର ମୁଖ୍ୟ ଦ୍ଵାରା ପ୍ରଭୁ ଗଣେଶଙ୍କର ଫୋଟ ରଖିବା ଘର ପାଇଁ ବହୁତ ମଙ୍ଗଳ ହୋଇଥାଏ । 11- ଘରର ଉତ୍ତର ପୂର୍ବ ଦିଗରେ ଠାକୁର ଘର କରିବା ଉଚିତ । ଏହା ଘର ପାଇଁ ଅନେକ ସୁଖ ନେଇ ଆସିଥାଏ ।

12- ରୋଷେଇ ଘର ଓ ଗାଧୁଆ ଘର ସାମ୍ନାସାମ୍ନୀ କିମ୍ବା ଲାଗିକି ରହିବା ବାସ୍ତୁ ଶାସ୍ତ୍ର ଅନୁଯାଇ ଉଚିତ ନୁହେଁ । କାରଣ ଏହା ଦ୍ଵାରା ଅଯଥା ଖର୍ଚ ବୃଦ୍ଧି ହୋଇଥାଏ । 13- ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ଅଇନା ଲଗାଇବା ଉଚିତ । ଏହା ଘର ପାଇଁ ମଙ୍ଗଳଦାୟକ ହୋଇଥାଏ । 14- ଘରର ଉତ୍ତର ଦିଗରେ ପଦ୍ମ ଫୁଲ ଉପରେ ବସିଥିବା ମା’ ଲକ୍ଷ୍ମୀଙ୍କ ଫୋଟ ରଖିବାକୁ ବହୁତ ଶୁଭ କୁହାଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button