ଇଓଡବ୍ଲ୍ୟୁ ଚଢ଼ଉ ପ୍ରତିବାଦରେ ରାଜ୍ୟପାଳଙ୍କୁ ଦାବିପତ୍ର – Ibnodisha

[ad_1]
ଦଶରଥପୁର: ‘ସମ୍ବାଦ’ କାର୍ଯ୍ୟାଳୟରେ ଇଓଡବ୍ଲ୍ୟୁର ଆକ୍ରୋଶମୂଳକ ଚଢ଼ଉ ପ୍ରତିବାଦରେ ଦଶରଥପୁର ବ୍ଲକ୍ ସଚେତନ ମଞ୍ଚର କର୍ମକର୍ତ୍ତା ବ୍ଲକ୍ କାର୍ଯ୍ୟାଳୟ ଫାଟକ ସାମ୍ନାରେ ପ୍ରତିବାଦ କରିଛନ୍ତି। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମର୍ଥନରେ ସ୍ଲୋଗାନ ଦେବା ସହିତ ‘ସମ୍ବାଦ’ ବିରୋଧରେ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଥିଲେ। ‘ସମ୍ବାଦ’ ଖବରକାଗଜର ପୂର୍ବତନ କର୍ମଚାରୀଙ୍କୁ ବିଜେଡି ନେତାମାନେ ପ୍ରଭାବିତ କରି ମିଥ୍ୟା ଅଭିଯୋଗ ଆଣୁଛନ୍ତି, ଯାହା ହୀନ ରାଜନୀତିକୁ ଦର୍ଶାଉଛି ବୋଲି କହିଥିଲେ।
ବରିଷ୍ଠ ସମାଜସେବୀ ଦେବେନ୍ଦ୍ର ପଣ୍ଡା, ମଳୟ ପଣ୍ଡା, ଶ୍ୟାମସୁନ୍ଦର କର, ଅଭୟ ପଣ୍ଡା, ସରପଞ୍ଚ ଲିପିକା ମଲିକ, ସମିତିସଭ୍ୟ ରମାକାନ୍ତ ସେଠୀ, ହୃଷୀକେଶ ଜେନା, ବିମଲ ମଳିକ, ଉମେଶ ଜେନା, ପୀତବାସ ବେହେରା, ଅନନ୍ତ କୁମାର ଜେନା, ଘନଶ୍ୟାମ ସାହୁ, ଇନ୍ଦ୍ରଜିତ ଦାସ, ଏକାଦଶୀ ତ୍ରିପାଠୀ, ବୃନ୍ଦାବନ ଜେନା, ଦୁର୍ଗାଚରଣ ବାରିକ, ରବି ସାହୁ, ଦର୍ପନାରାୟଣ ମହାପାତ୍ର, ସରୋଜ ବିଶ୍ୱାଳ, ସବ୍ୟସାଚୀ ଦାସ, ବିକାଶ ଧଳ, ଅଜୟ ନାୟକ, ସେକ୍ ଗ୍ରଫୁନ, ଅନିରୁଦ୍ଧ କୁଣ୍ଡୁ, ସୌମ୍ୟରଞ୍ଜନ ବେହେରା, ଉମେଶ ଦାସ, ଚନ୍ଦନ ଜେନା, ଜ୍ୟୋତିରଞ୍ଜନ ଜେନା, ପୂର୍ଣ୍ଣଚନ୍ଦ୍ର ପରିଡ଼ା, ରମେଶ ମଲିକ, ବିକାଶ ବାରିକ, ଶମ୍ଭୁନାଥ ଜେନା, ମଦନ ମଲିକ, ଶାନ୍ତନୁ ସାହୁ, ଚିତ୍ତରଞ୍ଜନ ମଲିକ, ରଂଜିତ ମଲିକ, ପରମେଶ୍ୱର ମଲିକଙ୍କ ସମେତ ବହୁଲୋକ ଉପସ୍ଥିତ ଥିଲେ। ଏବିଡିଓ ତ୍ରିଲୋଚନ ସେଠୀଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା।
[ad_2]