ରାଜ୍ୟ
ଲୋକଙ୍କ ଉପରେ ମାଡ଼ିଗଲା କାର, ୫ ଗୁରୁତର

ବାହାନଗା: ଲୋକଙ୍କ ଉପରେ ମାଡ଼ିଗଲା ଗାଡ଼ି । କାର ଧକ୍କାରେ ୫ ଗୁରୁତର। ଵାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ ଏହି ଦୁର୍ଘଟଣା ଘଟିଛି । ଗୋପାଳପୁର ପରିବା ବଜାରରେ ଲୋକଙ୍କ ଗହଳି ଲାଗିଥିଲା । ଏହି ସମୟରେ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ କାରଟି ଦ୍ରୁତ ଗତିରେ ଯାଇ ଲୋକଙ୍କ ଉପରେ ମାଡ଼ି ଯାଇଥିଲା । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ପ୍ରଥମେ ଗୋପାଳପୁର ଚିକିତ୍ସାଳୟ ଓ ପରେ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ଗୋପାଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।