ରାଜ୍ୟ

ଭିଜିଲାନ୍ସ ଜାଲରେ ରେଭିନ୍ୟୁ ସୁପରଭାଇଜର – Ibnodisha

[ad_1]

ଭୁବନେଶ୍ୱର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରେଭିନ୍ୟୁ ସୁପରଭାଇଜର । ଜବରଦଖଲ ଜମିର ସରକାରୀ ପଟ୍ଟା କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ । ନୂଆପଡା ଜିଲ୍ଲା କୋମନା ତହସିଲ ଅଫିସର ରେଭିନ୍ୟୁ ସୁପରଭାଇଜର ଅକ୍ଷୟ କୁମାର ନାଏକଙ୍କୁ ଧରିଛି ଭିଜିଲାନ୍ସ। ସୂଚନା ଅନୁସାରେ, କୋମନା ତହସିଲର ମିଛାପାଲି ଆରଆଇ ସେକସନର ୩୦ ଜଣ ଲୋକ ଦୀର୍ଘ ୨୦ ବର୍ଷ ହେବ ସରକାରୀ ଜମିକୁ ଜବରଦଖଳ କରି ଚାଷବାସ କରି ଆସୁଥିଲେ ।

ଏହି ଜବରଦଖଲ ଜମିକୁ ପଟ୍ଟା କରିଦେବା ପାଇଁ ରେଭିନ୍ୟୁ ସୁପରଭାଇଜର ନିଜ ଉଦ୍ୟାନବନ୍ଧ ଗାଁର ଭଡ଼ାଘରେ ଜବରଦଖଲକାରୀ ନୀଳମଣି ମାଝିଙ୍କ ଠାରୁ ୩୦ ଜଣଙ୍କ ବାବଦରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ସେଠାରୁ ତାଙ୍କୁ ଧରିବା ସହିତ, ତାଙ୍କ ଉଦ୍ୟାନବନ୍ଧ ଭଡ଼ା ଘର ଓ କୋମନା ତହସିଲ ଅଫିସରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ନୂଆପଡ଼ା ଭିଜିଲାନସ୍ ଡିଏସପିଙ୍କ ନେତୃତ୍ୱରେ ନୂଆପଡା ଓ ଭବାନିପାଟଣା ଭିଜିଲାନସ୍ ଟିମ ଚଢାଉରେ ସାମିଲ ଥିବା ସୂଚନା ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button