ରାଜ୍ୟ

ପାଣି ଭିତରକୁ ଖସିପଡିଲା ବାୟୁସେନା ହେଲିକପ୍ଟର.

ପାଟନା: ବିହାରର ମୁଜାଫରପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରଟି ବନ୍ୟା ପାଣିକୁ ଖସିପଡ଼ିଛି । ବନ୍ୟା ରିଲିଫ୍‌ ସାମଗ୍ରୀ ନେଇ ଯାଉଥିବାବେଳେ ହେଲିକପ୍ଟରଟି ମୁଜାଫରପୁରର ଅରାଇସ୍ଥିତ ଘନଶ୍ୟାମପୁର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ପାଣି ଭିତରକୁ ଖସିପଡିଥିଲା ।

ହେଲିକପ୍ଟରରେ ଦୁଇ ଜଣ ପାଇଲଟଙ୍କ ସମେତ ୩ ଜଣ କର୍ମଚାରୀ ଥିଲେ ।

ତେବେ ସମସ୍ତେ ସୁରକ୍ଷିତ ଥିବା ବାୟୁସେନା ପକ୍ଷରୁ ସୂଚନା ରହିଛି ।

ବାୟୁସେନା କହିଛି ଯେ, ବିହାରରେ ଏବେ ବନ୍ୟା ସ୍ଥିତି ଲାଗିରହିଛି । ଏନେଇ ସୀତାମଢୀ ସେକ୍ଟରରେ ବନ୍ୟା ସହାୟତା କାର୍ଯ୍ୟରେ ରିଲିଫ ବଣ୍ଟନ ସମୟରେ ହେଲିକ୍ୟାପ୍ଟରଟିକୁ ଅବତରଣ କରିବାକୁ ପଡିଥିଲା । ଏହି ସମୟରେ ପାଣି ଭିତରେ ଗଳିପଡିଥିଲା । ହେଲିକ୍ୟାପ୍ଟରରେ ଦୁଇ ଜଣ ପାଇଲଟଙ୍କ ସମେତ ତିନି ଜଣ କର୍ମଚାରୀ ସୁରକ୍ଷିତ ଅଛନ୍ତି ।

Dailyhunt
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button