ରାଜ୍ୟ
ଜମାବି ଲିଭୁନି ଶିମିଳିପାଳ ନିଆଁ – Ibnodisha

[ad_1]
ବାରିପଦା : ଜମାବି ଲିଭୁନି ଶିମିଳିପାଳ ନିଆଁ ଚିନ୍ତା ବଢ଼ାଉଛି । ପୂର୍ବରୁ ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଥିଲା କିନ୍ତୁ ବର୍ତ୍ତମାନ ଶିମିଳିପାଳରେ ୫୪ଟି ସ୍ଥାନରେ ନିଆଁ ଲାଗିଛି ବୋଲି ସୂଚନା ମିଳିଛି । ଶିମିଳିପାଳ ପାଦଦେଶରେ ଥିବା ଜଙ୍ଗଲକୁ ମଧ୍ୟ ନିଆଁ ବ୍ୟାପିବାରେ ଲାଗିଛି । ବନ ବିଭାଗ ଏବଂ ଓଡ୍ରାଫ ଟିମ ଯେତେ ନିଆଁ ଲିଭାଉଛନ୍ତି ନିଆଁ ସେତେ ମାତ୍ରରେ ବଢି ଚାଲିଛି । ସ୍ଥାନୀୟ ଗ୍ରାମବାସୀମାନେ ମଧ୍ୟ ନିଆଁକୁ ଲିଭାଇବା ପାଇଁ ବନ ବିଭାଗ ଏବଂ ଓଡ୍ରାଫ ଟିମକୁ ସାହାଯ୍ୟ କରୁଛନ୍ତି । ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ୨୮ଟି ସ୍ଥାନରେ ନିଆଁ ଲାଗିବ ସହିତ ଅନ୍ୟାନ୍ୟ ଅଞ୍ଚଳରେ ନିଆଁ ଲାଗିଛି । ନିଆଁ ଲାଗିଥିବା ୨୮ଟି ସ୍ଥାନ ମଧ୍ୟରୁ ପ୍ରାୟ ୧୧ଟି ସ୍ଥାନରେ ନିଆଁ ଲିଭାଇବା ପାଇଁ ସକ୍ଷମ ହୋଇଛନ୍ତି ବନ ବିଭାଗ ଏବଂ ଓଡ୍ରାଫ ଟିମ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
[ad_2]




