ରାଜ୍ୟ

ବାୟୁ ପ୍ରଦୂଷଣ ତାଲିକାର ୮୦ର‌୍ୟାଙ୍କରେ ଭୁବନେଶ୍ୱର – Ibnodisha

[ad_1]

ଭୁବନେଶ୍ୱର: ରାଜଧାନୀର ଉପକଣ୍ଠରେ କିଛି ବଡ କଳକାରଖାନା ନଥିଲେ ବି ଏହି ମହାନଗର ଏବେ ବିଶ୍ୱର ପ୍ରଥମ ଶହେ ପ୍ରଦୂଷିତ ସହର ତାଲିକାରେ ସ୍ଥାନ ପାଇଛି । ବିଶ୍ୱ ଏୟାର କ୍ୱାଲିଟି ଇନ୍‌ଡେକ୍ସରେ ଭୁବନେଶ୍ୱରର ସ୍ଥାନ ୮୦ରେ ରହିଛି । କେବଳ ଭୁବନେଶ୍ୱର ନୁହେଁ ଓଡ଼ିଶାର କୋଣାର୍କ, ପୁରୀ, ଜଟଣୀ ଭଳି ସହରର ଏୟାର କ୍ୱାଲିଟି ଇନ୍‌ଡେକ୍ସ ମାତ୍ରା ୨୦୦ ଉପରକୁ ଥିବାବେଳେ ସମ୍ବଲପୁର, ଅନୁଗୋଳ, ଝାରସଗୁଡା ଆଦି ସହରରେ ଏହି ପରିମାଣ ୧୫୦ରୁ ଅଧିକ ରହୁଛି । ଭୁବନେଶ୍ୱର ସମେତ ଓଡ଼ିଶାର ଅନ୍ୟ ପ୍ରଦୂଷିତ ସହର ପାଇଁ ଆଶ୍ୱାସନାର କଥା ହେଉଛି ଯେ, ଯୋଦ୍ଧପୁର, ବିକାନିର, ଦିଲ୍ଲୀ, ଗୋରଖପୁର, ଆସନସୋର, ବେଗୁସରାଇ ଆଦି ସହରରେ ଏକ୍ୟୁଆଇ ଭୁବନେଶ୍ୱରଠାରୁ ଅଧିକ ରହିଛି । ତେବେ କଲିକତା, ସାହାରନ୍‌ପୁର, ପୁର୍ନିଆ, ଲକ୍ଷ୍ନୌ, ହିସାରା ଆଦି ସହରର ବାୟୂ ପ୍ରଦୂଷଣ ମାତ୍ର ଭୁବନେଶ୍ୱର ପାଖାପାଖି ଥିଲେ ମଧ୍ୟ ଅପେକ୍ଷାକୃତ କମ୍ ଅଛି ।

ଭୁବନେଶ୍ୱରରେ ଏବେ ଏହାର କ୍ୱାଲିଟି ଇନ୍‌ଡେକ୍ସ ପରିମାଣ ୨୦୮ରେ ରେକର୍ଡ କରାଯାଇଥିବାବେଳେ ଶ୍ରୀନଗର, ହିନ୍ଦୁଆରା, ବାରମୂଲା, ରାଜୌରି, ମନାଲି ଆଦିରେ ଏହାର ପରିମାଣ ୧୨ରୁ ୧୮ ମଧ୍ୟରେ ସୀମିତ ରହୁଛି । ତେବେ ପରିବେଶ ବିଜ୍ଞାନୀମାନେ କହୁଛନ୍ତି ଯେ ଏୟାର କ୍ୱାଲିଟି ଇନ୍‌ଡେକ୍ସ ୧୦୦ରୁ ଅଧିକ ରହିବା ସ୍ୱାସ୍ଥ୍ୟପ୍ରତି କ୍ଷତିକାରକ । ଭୁବନେଶ୍ୱର ପାଇଁ ଆଶ୍ୱାସନାର କଥା ହେଉଛି ଯେ ଦିଲ୍ଲୀରେ ଏକ୍ୟୁଆଇର ପରିମାଣ ୪୬୫ ଥିବାବେଳେ ଭୁବନେଶ୍ୱରରେ ତାହା ଅଧାରୁ କମ୍ ଅଛି । ଭୁବନେଶ୍ୱରର ବାୟୂ ମଣ୍ଡଳରେ ଧୂଳିକଣାର ପରିମାଣ ଢେର ଅଧିକ ରହିବା ସହ ଅନେକ ଅଞ୍ଚଳରେ ଦୁର୍ଗନ୍ଧ ପବନ ବହୁଛି । ଏମିତିକି ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ଯେଉଁସବୁ ସ୍ଥାନରେ ଆବର୍ଜନାର ପାହାଡ ସୃଷ୍ଟି କରୁଛନ୍ତି ସେଠାରୁ ୫/୭ କିଲୋମିଟର ଦୂରକୁ ମଧ୍ୟ ଏହି ଆବର୍ଜନାର ଗନ୍ଧ ଯାଉଛି । ପବନର ଦିଗ ପରିବର୍ତ୍ତନ ସହ ଗନ୍ଧର ପରିମାଣ କମ୍ ବେଶୀ ରହୁଥିବା ପରିବେଶ ବିଶେଷଜ୍ଞମାନେ କହୁଛନ୍ତି ।

ଭୁବନେଶ୍ୱରରେ ପାଣିପାଗ ପରିବର୍ତ୍ତନ ସହ ଲଗାମ ଛଡା ନିର୍ମାଣ କାର୍ଯ୍ୟ ଯୋଗୁ ପ୍ରଦୂଷଣ ମାତ୍ରା ବଢୁଛି । ଏମିତିକି ଦେଶୀ, ବିଦେଶୀ ପର୍ଯ୍ୟଟକମାନେ ପ୍ରଦୂଷଣ ଓ ଦୁର୍ଗନ୍ଧ ଯୋଗୁ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଭୁବନେଶ୍ୱରର ଯୋଜନାବଦ୍ଧ ବିକାଶ ପାଇଁ ଗୋଟିଏ ପଟେ ବ୍ୟାପକ କାମ କରାଯିବା ସହ ଏହାକୁ ସ୍ମାର୍ଟସିଟି ଭାବେ ଘୋଷଣା କରାଯାଇଛି ଏବଂ ପରିଚ୍ଛନ୍ନତା କ୍ଷେତ୍ରରେ ଏହି ମହାନଗର ଜାତୀୟ ସ୍ତରରେ ପୁରସ୍କୃତ ହେଉଛି । ଭୁବନେଶ୍ୱରର ଏୟାର କ୍ୱାଲିଟି ଇନ୍‌ଡେକ୍ସକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସବୁ ସ୍ତରରେ ଦାବି କରାଯାଉଛି । ଏହାବ୍ୟତୀତ ଖରାଦିନେ ଭୁବନେଶ୍ୱରର ତାପମାତ୍ରା ଯେଭଳି ବଢୁଛି ଏବଂ ଗତ ୫୦ବର୍ଷ ମଧ୍ୟରେ ଏହି ମହାନଗର ଅଞ୍ଚଳରେ ଭୂତଳ ଜଳସ୍ତର ହ୍ରାସ ପାଇବା ସହିତ ବିଭିନ୍ନ ଜନବସତି ଅଞ୍ଚଳରେ ଆଲୋକ ଓ ବାୟୂ ପ୍ରବାହକୁ ଯେପରି ଅବରୁଦ୍ଧ କରାଯାଉଛି ତାହା ବହୁ କ୍ଷେତ୍ରରେ ସାଧାରଣ ଲୋକଙ୍କ ଜନଜୀବନକୁ ବିପର୍ଯ୍ୟସ୍ତ କରିପକାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button