ଆହ୍ଲାବାଦ୍ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ମୂଲ ଲାଗି ପତ୍ନୀଙ୍କୁ ଭରଣପୋଷଣ ଦିଅ – Ibnodisha

[ad_1]
ଲକ୍ଷ୍ନୌ: ଏକ ଛାଡପତ୍ର ତଥା ଭରଣପୋଷଣ ଦାବି ଜନିତ ମାମଲାର ଶୁଣାଣି କରିବା ପୂର୍ବକ ଆହ୍ଲାବାଦ୍ ହାଇକୋର୍ଟ ଦେଇଥିବା ରାୟକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି । ସାଧାରଣତଃ ଛାଡପତ୍ର ମାମଲାରେ ପତ୍ନୀଙ୍କୁ ଭରଣପୋଷଣ ଦିଆଯିବା ପ୍ରସଙ୍ଗରେ ସ୍ୱାମୀଙ୍କ ଆର୍ଥିକ ସ୍ଥିତି, ରୋଜଗାର ମାଧ୍ୟମ ଆଦି ସ୍ଥିତିକୁ କୋର୍ଟ ଦୃଷ୍ଟିଦେବା ପୂର୍ବକ ରାୟ ଶୁଣାଇଥାନ୍ତି ।
ଏଠାରେ କିନ୍ତୁ ଆହ୍ଲାବାଦ୍ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍, ଏପ୍ରକାର ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, ସ୍ୱାମୀ ଯଦି ବେରୋଜଗାର ଅଛନ୍ତି ତଥାପି, ସେ ଛାଡପତ୍ର ଦେଉଥିବା ପତ୍ନୀଙ୍କୁ ଭରଣପୋଷଣ ବାବଦ ଅର୍ଥ ପ୍ରଦାନ କରିବାକୁ ବାଧ୍ୟ । ଯଦି ପତ୍ନୀଜଣକ ଆତ୍ମନିର୍ଭରଶୀଳ ନାହାନ୍ତି ତେବେ ଏପରିସ୍ଥିତିରେ ତ ନିଶ୍ଚିତ ଭାବେ ଭରଣପୋଷଣ ଅର୍ଥ ଦେବାକୁ ପଡିବ । ତେବେ ଏଥିପାଇଁ ଆବଶ୍ୟକ ପଡିଲେ ସୁସ୍ଥ ସବଳ ଥିବା ସ୍ୱାମୀଜଣକ ମୂଲ ଲାଗି ଅର୍ଥାତ୍ ଦିନ ମଜୁରିଆ ଭାବେ କାମ କରି ଅର୍ଥ ରୋଜଗାର କରିପାରିବେ । ଦିନ ମଜୁରିଆ ଭାବେ ଦୈନିକ ୩୫୦ରୁ ୪୦୦ ଟଙ୍କା ଉପାର୍ଜନ କରିହେବ ଏବଂ ଏଥିରୁ ଭରଣପୋଷଣ ଖର୍ଚ୍ଚ ବାବଦ ଅର୍ଥ ପତ୍ନୀଙ୍କୁ ପ୍ରଦାନ କରାଯାଇପାରିବ ବୋଲି ଜଷ୍ଟିସ୍ ରେଣୁ ଅଗ୍ରୱାଲ୍ଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ବେଞ୍ଚ୍ କହିଛନ୍ତି । ଏହି ମାମଲାରେ ଫ୍ୟାମିଲି କୋର୍ଟ ଦେଇଥିବା ରାୟକୁ ସ୍ୱାମୀଜଣକ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ ।
[ad_2]