ଦେଶ

ଆସାମ କ୍ୟାଶ୍ ପର୍ ଜବ୍ ସ୍କାମ୍‌: ୧୫ ଅଧିକାରୀ ନିଲମ୍ବିତ – Ibnodisha

[ad_1]

ଗୁଆହାଟୀ: ଆସାମ ରାଜ୍ୟ ପବ୍ଲିକ୍ ସର୍ଭିସ୍ କମିଶନ୍ (ଏପିଏସ୍‌ଜି) କ୍ୟାଶ୍ ଫର୍ ଜବ୍ ସ୍କାମ୍ ମାମଲାରେ ରାଜ୍ୟ ସରକାର ୧୫ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ଏହି ଅଧିକାରୀମାନଙ୍କ ବିରୋଧରେ ୨୦୧୪ ଆସାମ ପବ୍ଲିକ୍ ସର୍ଭିସ୍ କମିଶନ୍ ପରୀକ୍ଷାରେ ଅର୍ଥ ଦେଇ ଚାକିରି କରିଥିବା ଅଭିଯୋଗ ହୋଇଛି । ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ୧୧ ଆସାମ ପୁଲିସ୍ ସର୍ଭିସ୍ (ଏପିଏସ୍‌) ଏବଂ ୪ ଆସାମ ସିଭିଲ୍ ସର୍ଭିସ୍ (ଏସିଏସ୍‌)ରେ ନିଯୁକ୍ତ ଥିଲେ ।

ସେମାନଙ୍କ ମଧ୍ୟରୁ ଡିଏସ୍‌ପି ପଦରେ ଥିôା ଦୁଇଜଣ ଏପିଏସ୍ ଅଧିକାରୀଙ୍କୁ ଗତ ସପ୍ତାହରେ ଗିରଫ ମଧ୍ୟ କରାଯାଇଥିଲା । ରାଜ୍ୟ ସରକାର ଶୁକ୍ରବାର ନିଲମ୍ବିତ ଆଦେଶ ଜାରୀ କରିଛନ୍ତି । ଏଥିରେ କୁହାଯାଇଛି ଏହି ଅଧିକାରୀମାନଙ୍କ ବିରୋଧରେ ଅବୈଧ ଭାବେ ଚାକିରି କରିବା ଅଭିଯୋଗର ତଦନ୍ତ ଚାଲିଛି । ସେମାନେ ଚାକିରିରେ ରହିବା ଭୁଲ ବାର୍ତ୍ତା ପ୍ରଦାନ କରିବ । ପୁଲିସ ୨୦୧୬ରୁ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଏପିଏସ୍‌ସିର ତତ୍କାଳୀନ ଅଧ୍ୟକ୍ଷ ରକେଶ କୁମାର ପଲ୍ ଏବଂ ୫୦ ଅଧିକାରୀଙ୍କ ସମେତ ପ୍ରାୟ ୭୦ ଜଣଙ୍କୁ ଗିରଫ କରିସାରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button