ଦେଶ

୧୯୮୯ ମସିହାରେ ବାପା ହେଇଥିଲେ NDA ପରୀକ୍ଷାରେ ଟପ୍ପର, ଏବେ ପୁଅ ନିଜେ ହିଁ ପ୍ରସ୍ତୁତି କରି ପ୍ରଥମ ଚେଷ୍ଟାରେ ପାସ କରିଲେ UPSCର ପରୀକ୍ଷା, ହାସିଲ କଲେ ଏହି ରାଙ୍କ

ଶୁକ୍ରବାର ଦିନ ହିଁ ଲୋକ ସେବା ଆୟୋଗ ଦ୍ଵାରା ବର୍ଷ ୨୦୧୮ର ହୋଇଥିବା ପରୀକ୍ଷାର ଫଳାଫଳ ଘୋଷିତ କରାଗଲା । ଏଥର ଏହି ପରୀକ୍ଷାରେ ୭୫୯ ପରୀକ୍ଷାର୍ଥୀ ପାସ କରିଛନ୍ତି । ଏହି ସବୁ ମଧ୍ୟରେ UPSC ପରିକ୍ଷାକୁ ପାସ କରିଥିବା ବିକ୍ରମ ଗ୍ରେୱାଲଙ୍କର ବୟସ ମାତ୍ର ୨୧ ବର୍ଷ ଅଟେ ଏବଂ ସେ ଏହି ପରୀକ୍ଷାକୁ ପାସ କରିଥିବା ସବୁଠୁ ଯୁବ ଶିକ୍ଷାର୍ଥୀ ଅଟନ୍ତି । ସେ ଏହି ପରୀକ୍ଷାରେ ୫୧ତମ ରାଙ୍କ ହାସିଲ କରିଛନ୍ତି । ବିକ୍ରମ ଗ୍ରେୱାଲ ହରିୟାଣାର ନିବାସୀ ଅଟନ୍ତି ।

କିନ୍ତୁ ଏଥିରେ ସବୁଠୁ ଖୁସି ତାଙ୍କର ଜେଜେବାପା ଇଶ୍ଵର ସିଂହ ଅଟନ୍ତି । କହିବାକୁ ଗଲେ ବିକ୍ରମ ଗ୍ରେୱାଲଙ୍କର ପିତା ୧୯୮୯ରେ ରାଷ୍ଟ୍ରୀୟ ରକ୍ଷା ଏକାଡେମିର ପରୀକ୍ଷାରେ ଟପ କରିଥିଲେ ଏବଂ ନିଜର ନାତିର ବି ଏହିଭଳି ସଫଳତାକୁ ଦେଖି ଇଶ୍ଵର ସିଂହ ବହୁତ ଖୁସି ଅଟନ୍ତି ।

ଜେଜେବାପା ରାସ୍ତା ମଝିରେ କରିଲେ ବନ୍ଧୁମାନଙ୍କୁ ଆଲିଙ୍ଗନ

କୁହାଯାଉଛି କି ଯେତେବେଳେ ଇଶ୍ଵର ସିଂହଙ୍କୁ ନିଜ ନାତିର ଏହି ସଫଳତା ବିଷୟରେ ଜଣା ପଡିଲା ସେତେବେଳେ ସେ ରାସ୍ତା ମଝିରେ ଯାଇ ନିଜର ଖୁସିକୁ ଜାହିର କରିଲେ । ନିଜର ଖୁସିକୁ ଇଶ୍ଵର ସିଂହ ନିଜର ବନ୍ଧୁମାନଙ୍କ ସହ ବାଣ୍ଟିଲେ ଏବଂ ରାସ୍ତା ମଝିରେ ସାଙ୍ଗ ମାନଙ୍କୁ ଆଲିଙ୍ଗନ କରି କାନ୍ଦି ପକାଇଲେ । ବିକ୍ରମଙ୍କର ଜେଜେମା ବି ଏଥିରେ ବହୁତ ଖୁସି ଅଛନ୍ତି ଏବଂ ବିକ୍ରମଙ୍କର ଜେଜେବାପାଙ୍କର ବାପା ନଫେ ସିଂହ ଯାହାଙ୍କର ବୟସ ୯୫ ବର୍ଷ ଅଟେ ସେ ବି ନିଜ ଅଣନାତିଙ୍କର ଏହି ସଫଳତାରେ ବହୁତ ଖୁସି ଅଛନ୍ତି ।

ବିକ୍ରମ ଗ୍ରେୱାଲଙ୍କର ଜନ୍ମ ୧୯ ନଭେମ୍ବର ୧୯୯୬ ହୋଇଥିଲା । ବିକ୍ରମ ବର୍ତ୍ତମାନ ହିଁ ନିଜର ଗ୍ରେଜୁଏଶନ ପୁରା କରିଛନ୍ତି । କହିବାକୁ ଗଲେ ବିକ୍ରମ ଯେତେବେଳେ ଏହି ପରୀକ୍ଷାର ଫର୍ମ ଭର୍ତ୍ତି କରିଥିଲେ ସେତେବେଳେ ତାଙ୍କର ଗ୍ରେଜୁଏଶନ ପରୀକ୍ଷାର ରେଜଲ୍ଟ ବି ବାହାରି ନଥିଲା । କିନ୍ତୁ ତଥାପି ବିକ୍ରମ ଦିନକୁ ୧୮ ଘଣ୍ଟା ପଢୁଥିଲେ ।

ପ୍ରଥମ ଚେଷ୍ଟାରେ ହିଁ ପରୀକ୍ଷାରେ ପାସ କରିଲେ

ବିକର୍ମ ନିଜର ପ୍ରଥମ ଚେଷ୍ଟାରେ ହିଁ ଏହି ପରୀକ୍ଷାରେ ପାସ କରିଛନ୍ତି । ବିକର୍ମ ଏହି ପରୀକ୍ଷାକୁ ପାସ କରିବା ପାଇଁ ବହୁତ ଚେଷ୍ଟା କରିଥିଲେ । ପଢାରୁ ନିଜର ଧ୍ୟାନ ନ ହଟିଇବା ପାଇଁ ସେ ନିଜ ପାଖରେ ଫୋନ ବି ରଖୁ ନଥିଲେ । ବିକ୍ରମଙ୍କର କଷ୍ଟ ଆଜି ତାଙ୍କୁ ସଫଳତାର ସିଢିରେ ଚଢାଇ ଦେଇଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button