ଦେଶ

୪ ବର୍ଷର ପୁଅକୁ ହତ୍ୟା ପରେ ଶବକୁ ବ୍ୟାଗରେ ନେଇ ଯାତ୍ରା କଲା ମା’ – Ibnodisha

[ad_1]

ବେଙ୍ଗାଲୁର : ବେଙ୍ଗାଲୁରର ଏକ ଷ୍ଟାର୍ଟ ଅପ୍ କମ୍ପାନୀର ସିଇଓ ଥିବା ଜଣେ ୩୯ ବର୍ଷୀୟ ମହିଳା ନିଜର ୪ ବର୍ଷର ପୁଅକୁ ଗୋଆରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ତାଙ୍କ ପୁଅର ଶବକୁ ବ୍ୟାଗରେ ନେଇ ଯାତ୍ରା କରିଥିଲେ। ଏପରି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ତେବେ ସେ ମହିଳା ଜଣକ ପୁଅର ଶବକୁ ଏକ ବ୍ୟାଗରେ ରଖି ଗୋଆରୁ ବେଙ୍ଗାଲୁରୁକୁ ଯାତ୍ରା କରିଛନ୍ତି। ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ତଦନ୍ତ ଚଳାଇଥିବା ବେଳେ କେଉଁ କାରଣରୁ ମାଆ ପୁଅକୁ ହତ୍ୟା କରିଛି, ତାହା ଏପର‌୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେ ବେଙ୍ଗାଲୁରୁର ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଷ୍ଟାର୍ଟ ଅପ୍ କମ୍ପାନୀର ଏଆଇ ଲ୍ୟାବର ସହ-ପ୍ରତିଷ୍ଠାତା ତଥା ସିଇଓ। ସେ ଉତ୍ତର ଗୋଆର କାଣ୍ଡୋଲିମର ଏକ ଆପାର୍ଟମେଣ୍ଟରେ ରହିଥିଲେ। ସେଠାରେ ତାଙ୍କ ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆପାର୍ଟମେଣ୍ଟ ଛାଡିବା ସମୟରେ ସେଠାକାର କର୍ମଚାରୀ ମହିଳାଙ୍କ ଉପରେ ସନ୍ଦେହ କରିଥିଲେ। ତାଙ୍କ ପୁଅ ବାବଦରେ ପଚାରିବାରୁ ତାଙ୍କର ଜଣେ ବନ୍ଧୁଙ୍କ ସହ ଥିବା କହିଥିଲେ।କିନ୍ତୁ ପରେ ଆପାର୍ଟମେଣ୍ଟ ରୁମରେ ରକ୍ତ ଦାଗ ଦେଖି ସନ୍ଦେହ କରିଥିଲେ କର୍ମଚାରୀ। ଏନେଇ ପୁଲିସକୁ ଖବର ଦେବା ପରେ ମହିଳା ଜଣକ ବେଙ୍ଗାଲୁରୁରେ ପହଞ୍ଚିବା ପୂର୍ବରୁ ପୁଲିସ ତାଙ୍କୁ ମୃତଦେହ ସହ ଧରିଥିଲା। ସୂଚନା ସେଠଙ୍କୁ ଗତକାଲି କର୍ଣ୍ଣାଟକର ଚିତ୍ରଦୁର୍ଗଠାରେ ଗିରଫ କରାଯାଇଛି। ଏଥିସହ ବ୍ୟାଗରେ ଥିବା ପୁଅର ମୃତଦେହକୁ ମଧ୍ୟ ଜବତ କରିଛି ତଦନ୍ତ କରୁଛି ପୁଲିସ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button