ଦେଶ

ସାହିତ୍ୟରୁ ବିଚାର ମିଳିବା ସହ ସୃଜନଶୀଳ ସୃଷ୍ଟି ହୁଏ: ଧର୍ମେନ୍ଦ୍ର – Ibnodisha

[ad_1]

ଦିଲ୍ଲୀରେ ‘ଜଙ୍ଗଲ କୁଲପତି କି କଥା’ ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କୌଣସି ବସ୍ତୁ ବା ବିଷୟକୁ ବୁଝିବାକୁ ହେଲେ ସେହି ବସ୍ତୁର ଅନ୍ତର୍ନିହିତ ବିଚାରକୁ ଜାଣିବା ପାଇଁ ପଡ଼ିଥାଏ। ତତ୍ତ୍ୱ ସାହିତ୍ୟରୁ ମିଳିଥାଏ, ବିଚାରରୁ ମିଳିଥାଏ ତଥା ଅନୁଭବରୁ ମିଳିଥାଏ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ପ୍ରସିଦ୍ଧ ଶିକ୍ଷାବିତ୍ ତଥା‌ ସାହିତ୍ୟିକ ପ୍ରଫେସର ଟିବି କଟ୍ଟମନୀଙ୍କ ଲିଖିତ ପୁସ୍ତକ ‘ଜଙ୍ଗଲ କୁଲପତି କି କଥା’ ପୁସ୍ତକ ଉନ୍ମୋଚନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ର ସାହିତ୍ୟ ଅକାଦେମି ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାହିତ୍ୟ ଜନସାଧାରଣଙ୍କ ଆବେଗ ଓ ଭାବାବେଗକୁ ପରିପ୍ରକାଶ କରେ। ସାଧାରଣ ବ୍ୟକ୍ତି ଓ ସାହିତ୍ୟିକଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ଅଛି । ଜଣେ ଭଲ ସାହିତ୍ୟିକ ସାରସ୍ୱତ ସାଧକ ଅଟନ୍ତି । ଯେତେବେଳେ ସାହିତ୍ୟିକ ଲେଖନୀ ଚାଳନା କରନ୍ତି, ତାଙ୍କ ଦ୍ୱାରା ସୃଜନଶୀଳତା ଜନ୍ମ ନିଏ ଏବଂ ସାହିତ୍ୟର ବିଚାର ସୃଷ୍ଟି ହୋଇଥାଏ।

ପୁସ୍ତକରେ ସାମାଜିକ ସଂଘର୍ଷ ଓ ଦୁର୍ଗମ କ୍ଷେତ୍ରରେ ଏକ ବିଶ୍ୱବିଦ୍ୟାଳୟ ବନାଇବା ବିଷୟ ଅନ୍ତର୍ନିହିତ
ଜନଜାତି ସମୁଦାୟଙ୍କ ଆତ୍ମବିଶ୍ୱାସ ଏବଂ ସେମାନଙ୍କ ଅଭିବ୍ୟକ୍ତିର କଥା ଉପରେ ଉଲ୍ଲେଖ

ଏହି ପୃଷ୍ଠଭୂମିରେ ଆଜି ଉନ୍ମୋଚିତ ପୁସ୍ତକ ସାମାଜିକ ସଂଘର୍ଷ ଏବଂ ଦୁର୍ଗମ କ୍ଷେତ୍ରରେ ଏକ ବିଶ୍ୱବିଦ୍ୟାଳୟ ବନାଇବାର କଥା ଅନ୍ତର୍ନିହିତ । ଜନଜାତି ସମୁଦାୟଙ୍କ ଆତ୍ମବିଶ୍ୱାସ ଏବଂ ସେମାନଙ୍କ ଅଭିବ୍ୟକ୍ତିର କଥା ଏଥିରେ ଉଲ୍ଲେଖ ରହିଛି । ମୂଳ ବିଷୟ ସହ ଯୋଡ଼ିହେବା ସହ ଭବିଷ୍ୟତଗାମୀ ହେବା ଦିଗରେ ଏହି ପୁସ୍ତକ ଏକ ପ୍ରେରଣା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button