ଦେଶ

ନୂଆବର୍ଷରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୬ ମୃତ – Ibnodisha

[ad_1]

ରାଞ୍ଚି: ନୂଆବର୍ଷରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ପିକନିକ୍ କାର । ସକାଳୁ ସକାଳୁ ଚାଲିଗଲା ୬ ଜୀବନ । ଝାଡଖଣ୍ଡ ଜାମସେଦପୁରର ବିଷ୍ଟୁପୁର ସର୍କିଟ ହାଉସ ନିକଟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ପିକନିକ ପାଇଁ ଯାଉଥିବା ବେଳେ କାରଟି ଅଚାନକ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା ।

ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ସ୍ଥାନୀୟ ଟାଟା ମେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଆଦିତ୍ୟପୁରର ଆରଆଇଟି ଥାନା ଅନ୍ତର୍ଗତ ବାବା ଆଶ୍ରମରେ ରହୁଥିବା ୮ ଜଣ ଲୋକ ଏକ କାର ଯୋଗେ ଆଜି(ସୋମବାର) ଭୋରୁ ପିକନିକ ପାଇଁ ଯାଉଥିଲେ । ଏହି ସମୟରେ ଜାମସେଦପୁରର ବିଷ୍ଟୁପୁର ସର୍କିଟ ହାଉସ ନିକଟରେ କାରଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏନେଇ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବିଷ୍ଟୁପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି କାରରେ ଫସିଥିବା ଲୋକଙ୍କୁ ବାହାର କରିଥିଲା।

ତେବେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଇବାକୁ ବ୍ୟବସ୍ଥା କରିଥିଲା ପୋଲିସ । ତେବେ ଘଟଣାସ୍ଥଳରେ ଗାଡିରେ ଥିବା ୮ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ସ୍ଥାନୀୟ ଡାକ୍ତରଖାନା ଭର୍ତ୍ତି କରିଥିଲା । ହେଲେ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଚିକିତ୍ସା ଜାରି ରହିଛି । ମୃତକମାନେ ସୁରଜ ସାହୁ, ଶୁଭମ, ମୋନୁ, ହେମନ୍ତ ଏବଂ ଛୋଟୁ ଯାଦବ ବୋଲି ସୂଚନା ମିଳିଛି । ସେପଟେ ଏହି ଦୁର୍ଘଟଣା ବିଷୟରେ ଖବର ପାଇ ଆଦିତ୍ୟପୁରର ଆରଆଇଟିର ବାବା ଆଶ୍ରମରେ ଶୋକର ଛାୟା ଖେଳିଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button