ରାଜ୍ୟ
ନୂଆ ବର୍ଷରେ ଅଘଟଣ; ପୁଣି କୁମ୍ଭକ୍ଷେତ୍ରରେ ବୁଡିଲା ହାଣ୍ଡିଭେଳା – Ibnodisha

[ad_1]

ନୀଳଗିରି : ଓଡ଼ିଶା ପର୍ଯ୍ୟଟନର ବିଶେଷ ଖ୍ୟାତି ଅର୍ଜନ କରିଛି ନୀଳଗିରି। ନୀଳଗିରି ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। କୁଳଡିହା ଅଭୟାରଣ୍ୟ ପାଦ ଦେଶରେ ପ୍ରକୃତିର ଅବଦାନ ସାଙ୍ଗକୁ ମନୁଷ୍ୟକୃତ ଇକୋ କ୍ୟାମ୍ପ ଓ କିଓର ନାମରେ ଗଢି ଉଠିଛି କୁମ୍ଭକ୍ଷେତ୍ର। ଯାହାର ପୃଷ୍ଠପୋଷକ ହେଉଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ କେଶୁ ଦାସ। ଏହି କ୍ଷେତ୍ରର ପ୍ରଚାର ପ୍ରସାର ପାଇଁ ଶିଳ୍ପୀ ଶ୍ରୀ ଦାସ ସୋସିଆଲ ମିଡ଼ିଆର ସାହାଯ୍ୟ ନେଇଛନ୍ତି। ଫଳରେ ଇଣ୍ଟରନେଟ ବ୍ୟବହାରକାରୀ ଏଭଳି କ୍ଷେତ୍ରକୁ ଆକର୍ଷିତ ହୋଇ ବୁଲିବାକୁ ଆସୁଛନ୍ତି। ସୂଚନା ଅନୁଯାୟୀ ନୀଳଗିରି ବ୍ଲକ ସିଆଡିମାଳ ପଞ୍ଚାୟତ ବାବନ୍ଧ ଓ ସିନ୍ଦୁରିଆ ନିକଟବର୍ତ୍ତୀ ପ୍ରାକୃତିକ ପରିବେଶରେ ମଦିଆ ସଂପ୍ରଦାୟର ଲୋକ ବସବାସ କରନ୍ତି। ସେମାନଙ୍କର ପାରମ୍ପରିକ କାମ ମାଟିହାଣ୍ଡି ଗଢ଼ିବା।
ଉକ୍ତ ମାଟିହାଣ୍ଡିକୁ ନେଇ ବିଭିନ୍ନ ପ୍ରକାର କଳା କୌଶଳ ପ୍ରୟୋଗ କରି ଏକ ଇକୋ ଟୁରିଜିମ୍ ସ୍ପଟ ନିର୍ମାଣ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛନ୍ତି କେଶୁ ଦାସ। ମାତ୍ର ଉକ୍ତ ଅନୁଷ୍ଠାନ କୌଣସି ସରକାରୀ ସିକୃତି ପ୍ରାପ୍ତ ହୋଇ ନଥିବା ବେଳେ ଏହାର ଭରପୂର ଫାଇଦା ନେଇ ଚାଲିଛନ୍ତି ଶିଳ୍ପୀ ଶ୍ରୀ ଦାସ। ଉକ୍ତ ସଂଗଠନ ତରଫରୁ ବାବନ୍ଧ ନିକଟବର୍ତ୍ତୀ ବୁଗାଳୀବନ୍ଧ ଜଳରାଶିରେ ହାଣ୍ଡିଭେଳା ନିର୍ମାଣ କରି ପର୍ଯ୍ୟଟକଙ୍କୁ ନୌବିହାର କରିବାର ଭରପୂର ପ୍ରୟାସ କରାଯାଇଛି। ମାତ୍ର କୌଣସି ଗାଇଡ କିମ୍ବା ଲାଇଫ୍ ଜ୍ୟାକେଟର ସୁବିଧା ନଥିବା ବେଳେ ବେଆଇନ ଭାବେ ଅର୍ଥ ସଂଗ୍ରହ କରିବାର ଦୁର୍ବାର ଲାଳସା ରଖି ପର୍ଯ୍ୟଟକଙ୍କୁ ଲୁଟୁଥିବାର ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଯେଉଁଥିପାଇଁ କିଛିଦିନ ପୂର୍ବରୁ ଉକ୍ତ ଜଳରାଶିରେ ଭେଳା ଭାଙ୍ଗିବା ଯୋଗୁଁ ଅଥଳ ଜଳରାଶିରେ ପର୍ଯ୍ୟଟକ ବୁଡିଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ। ନୂଆବର୍ଷ ଉପଲକ୍ଷେ ସମଗ୍ର ନୀଳଗିରି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ କୁମ୍ଭକ୍ଷେତ୍ରରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା। ଶିଶୁ , ମହିଳା ସମେତ ୧୫ରୁ ଉର୍ଦ୍ଧ ପର୍ଯ୍ୟଟକ ନୌବିହାର ଉଦ୍ଦେଶ୍ୟରେ ମାଟିହାଣ୍ଡି ଭେଳାରେ ଚଢ଼ି ବୁଲୁଥିବା ବେଳେ ହଠାତ୍ ଭେଳା ଭାଙ୍ଗି ଯାଇଥିଲା।
କୌଣସି ସେଫ୍ଟି ନଥିବାରୁ ଅଥଳ ଜଳରେ ଉବୁଟୁବୁ ହେଉଥିବା ବେଳେ ସ୍ଥାନୀୟ ଲୋକେ ବୁଡିଯାଇଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ନୀଳଗିରି ତହସିଲଦାର, ସ୍ଥାନୀୟ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚିଥିଲେ। ତେବେ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳିଥିଲା ବେଳେ ଉକ୍ତ ସଂସ୍ଥା ବିରୋଧରେ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଦୁର୍ଭାଗ୍ୟର ବିଷୟ। ଏଭଳି ସ୍ଥଳେ ନୀଳଗିରି ବିଡ଼ିଓ ରାହୁଲ ମଣ୍ଡଳ ଏବଂ ବାଲେଶ୍ୱରର ଜୈନିକ ବରିଷ୍ଠ ଅଧିକାରୀ ଉକ୍ତ ସ୍ଥାନ ପରିଦର୍ଶନରେ ଯାଇ ସଂସ୍ଥା ଏବଂ ଏହାର ପୃଷ୍ଠପୋଷକଙ୍କୁ ତାରିଫ କରିଥିଲେ। ତେବେ ସରକାରୀ ସ୍ଵୀକୃତି ନଥାଇ ଲୋକଙ୍କଠାରୁ ଟିକସ ମାଧ୍ୟମରେ ଟଙ୍କା ଆଦାୟ କରିବା ପାଇଁ କିଏ ଅନୁମତି ଦେଲାବୋଲି ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଛନ୍ତି। ପର୍ଯ୍ୟଟନ ସ୍ଥଳୀ ନାମରେ ପର୍ଯ୍ୟଟକଙ୍କ ଜୀବନ ପ୍ରତି ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।
The post ନୂଆ ବର୍ଷରେ ଅଘଟଣ; ପୁଣି କୁମ୍ଭକ୍ଷେତ୍ରରେ ବୁଡିଲା ହାଣ୍ଡିଭେଳା appeared first on ONA KHABAR.
[ad_2]




