ଦେଶ

କ୍ଷତିକାରକ ହୋଇପାରେ ଡାଲଚିନି, ଭାବିଚିନ୍ତି କରନ୍ତୁ ସେବନ

ଅନେକ ଥର ଭଲ ଏବଂ ହେଲ୍‌ଦି ଖାଦ୍ୟ ଖାଇବା ପରେ ଅନେକ ବ୍ୟକ୍ତି ରୋଗର ଶିକାର ହୋଇଥାନ୍ତି। କିନ୍ତୁ ଏପରି ହେବାର କାରଣ କଣ? କାରଣ ଅନେକ ସମୟରେ ଆମେ ଜାଣିନଥାଉ କି କେଉଁ ଜିନିଷ କେତେ ମାତ୍ରାରେ ଖାଇବା ଉଚିତ। ଏଭଳି ଏକ ଜିନିଷ ହେଉଛି ଡାଲଚିନି। ଆଜ୍ଞା ହଁ ପ୍ରତ୍ୟେକ ଲୋକଙ୍କ ରୋଷେଇ ଘରେ ଥିବା ଡାଲଚିନି ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ କିନ୍ତୁ ଯଦି ଆପଣ ଏହାକୁ ଆବଶ୍ୟକତା ଠାରୁ ଅଦିକ ସେବନ କରିଥାନ୍ତି ତେବେ ଆପଣଙ୍କୁ ଏହାର କ୍ଷତି ମଧ୍ୟ ଭୋଗିବାକୁ ପଡିଥାଏ। ତେବେ ଜାଣନ୍ତୁ କେଉଁ କେଉଁ ସମସ୍ୟା ଦେଖାଯାଇଥାଏ।

cinnamon-ବ୍ଲଡ ସୁଗାର:

ଡାଲଚିନି ସେବନ କରିବା ଦ୍ୱାରା ଆପଣଙ୍କ ରକ୍ତଚାପ ସ୍ତର ନିୟନ୍ତ୍ରଣରେ ରହିଥାଏ। ଯଦି ଆପଣ ଏହାର ସେବନ ଆବଶ୍ୟକତାଠାରୁ ଅଧିକା କରିଥାନ୍ତି ତେବେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହିକାରଣରୁ ଡାଲଚିନି ସେବନ କରିବା ପୂର୍ବରୁ ଥରେ ନିଶ୍ଚିନ୍ତ ଭଲ ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

cinnamon1ଶ୍ୱାସକ୍ରିୟାରେ ସମସ୍ୟା ଦେଖାଯିବା:

ଡାଲଚିନିରେ ସିନେମଲଡିହାଇଡ ନାମକ ତତ୍ତ୍ୱ ରହିଥାଏ, ଯାହାର ସେବନ ଦ୍ୱାରା ଆପଣଙ୍କ ତ୍ୱଚାର ଚମକ ଖରାପ ହେବା ସହ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଯାଇଥାଏ। ଯେଉଁ ବ୍ୟକ୍ତିମାନେ ପୂର୍ବରୁ ଶ୍ୱାସକ୍ରିୟା ସମ୍ବନ୍ଧିତ ସମସ୍ୟାରେ ପୀଡିତ ଅଛନ୍ତି, ସେହି ବ୍ୟକ୍ତିମାନେ ଖୁବ୍‌ କମ ଡାଲଚିନି ସେବନ କରିବା ଉଚିତ।

health-ହୃଦୟ ପାଇଁ କ୍ଷତିକାରକ:

ଅତ୍ୟଧିକ ଡାଲଚିନିର ସେବନ ହୃଦ ସ୍ପନ୍ଦନ ବଢାଇବାର କାର୍ଯ୍ୟ କରିଥାଏ। ପ୍ରକୃତରେ ଡାଲଚିନି ରକ୍ତକୁ ପତଳା କରିଥାଏ, ଯାହା ଆପଣଙ୍କ ଶରୀରରେ ଶୀଘ୍ର କାମ କରିଥାଏ। ହୃଦ୍‌ ସ୍ପନ୍ଦନ ବଢିବା ଦ୍ୱାରା ଆପଣଙ୍କ ହୃଦୟ ବହୁତ ଜଲଦି କାମ କରିଥାଏ, ଯାହାଦ୍ୱାରା ଆପଣଙ୍କର ହୃଦଘାତ ହେବାର ସମ୍ଭାବନା ରହିଥାଏ।

cତ୍ୱଚା ପାଇଁ କ୍ଷତିକାରକ:

ଅଧିକ ଡାଲଚିନି ଖାଇବା ଦ୍ୱାରା ଆପଣଙ୍କ ତ୍ୱଚାରେ ବ୍ରଣ ଏବଂ ଦାଗ ସମସ୍ୟା ଦେଖାଯାଇଥାଏ। ଏଥିସହ ଆପଣଙ୍କ ତ୍ୱଚାର ରଙ୍ଗ ମଧ୍ୟ କମ କରିଦେଇଥାଏ। ଗୋଟେ ଦିନରେ ନିର୍ଦ୍ଦିଷ୍ଟ ପରିମାଣର ଡାଲଚିନି ଖାଇବା ଉଚିତ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button