ଦେଶ

ଅସହ୍ୟ ହେଲା ଶିକ୍ଷକଙ୍କ ଅପମାନ…ଜୀବନ ହାରିଲେ ଦୁଇ ନାବାଳିକା – Ibnodisha

[ad_1]

ହାଇଦ୍ରାବାଦ : ହାଇଦ୍ରାବାଦର ଏକ ହଷ୍ଟେଲରୁ ଦୁଇ ଦଳିତ ନାବାଳିକାଙ୍କ ମୃତଦେହ ଉଦ୍ଧାର । ଶିକ୍ଷକଙ୍କ ଅପମାନ ସହି ନପାରି ଦୁଇ ଦଳିତ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଜୁନିଅର ଛାତ୍ରୀଙ୍କ ଅଭିଯୋଗ ପରେ ଶିକ୍ଷକ ଉଭୟଙ୍କୁ ପ୍ରବଳ ଗାଲିଗୁଳିଜ କରିଥିଲେ । ଯାହାକୁ ନେଇ ଉଭୟ ଆତ୍ମହତ୍ୟା କରିଥିବା କୁହାଯାଉଛି । ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରାଯାଇଛି । ଫେବୃଆରୀ ୩ରେ ଘଟିଥିଲା ଏହି ଘଟଣା । ଉଭୟ ଛାତ୍ରୀ ଦଶମ ଶ୍ରେଣୀରେ ପଢୁଥିଲେ । ସେମାନେ ଅନୁସୂଚିତ ଜାତିଙ୍କ ପାଇଁ ଥିବା ସରକାରୀ ହଷ୍ଟେଲରେ ରହୁଥିଲେ । ଉଭୟ ଦଳିତ ବର୍ଗର ହୋଇଥିବାରୁ ସବୁବେଳେ ଆକ୍ରୋଶର ଶିକାର ହେଉଥିଲେ ।

ଜୁନିଅରମାନେ ଉଭୟଙ୍କ ନାଁରେ ମିଛ ଅଭିଯୋଗ ଆଣିଥିବା ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି । ନୋଟରେ ଉଲ୍ଲେଖ ଅଛି, ‘ଆମକୁ କେହି ବିଶ୍ୱାସ କରନ୍ତି ନାହିଁ । ଆମେ ଯାହା କରିନୁ ସେଥିପାଇଁ ଆମକୁ ଦୋଷୀ କରାଯାଇଛି । ଏହାର ମୁକାବିଲା କରିବା ପାଇଁ ଆମେ ଦୁହେଁ ଅସମର୍ଥ । ଏଥିପାଇଁ ଦୁହେଁ ଏହି ଚରମ ନିଷ୍ପତ୍ତି ନେଉଛୁ, ଆମ ଦୁହିଁଙ୍କ ମୃତଦେହକୁ ଏକାଠି ସତ୍କାର କରିବ’ ।

ସୁଇସାଇଡ ନୋଟରେ ଉଲ୍ଲେଖ ଅଛି ଯେ କେବଳ ହଷ୍ଟେଲ ୱାର୍ଡେନ ଶୈଳଜା ସେମାନଙ୍କୁ ବିଶ୍ୱାସ କରୁଥିଲେ । ସେମାନେ ନିର୍ଦ୍ଦୋଷ ବୋଲି କେବଳ ସେ ହିଁ ଜାଣିଥିଲେ । ତେବେ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ନାରାୟଣ ରେଡ୍ଡୀ କହିଛନ୍ତି, ଦୁଇ ନାବାଳିକାଙ୍କ ବିରୋଧରେ ଜୁନିୟର ଶ୍ରେଣୀର ଛାତ୍ରୀମାନେ ଅଭିଯୋଗ କରିଥିଲେ । ମାତ୍ର ଏହା ଏତେ ବଡ଼ ଘଟଣା ନଥିଲା । ହଷ୍ଟେଲ ୱାର୍ଡେନ ସେମାନଙ୍କୁ ବୁଝାସୁଝା କରିଥିଲେ । ମାତ୍ର ଏହି ଘଟଣା ପରେ ସେମାନେ ଚିନ୍ତାରେ ଥିଲେ । ତେବେ ୱାର୍ଡେନ ଏବଂ ଜିଲ୍ଲା ଉନ୍ନୟନ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button