ବିଶ୍ୱାସରେ ବିଷ ଦେଲା ସାଙ୍ଗ; ସପ୍ତାହେ କାଳ ଯୁବତୀଙ୍କ ସହ…. – Ibnodisha
[ad_1]
ନୂଆଦିଲ୍ଲୀ : ବିଶ୍ୱାସରେ ବିଷ ଦେଲା ସାଙ୍ଗ । ସପ୍ତାହେ କାଳ କଲା ଯୁବତୀଙ୍କ ସହ ଦୁଷ୍କର୍ମ । ସେତିକିରେ ମନ ପୁରିଲାନି ଯେ, ଶେଷରେ ଯୁବତୀଙ୍କ ଉପରେ ଢାଳିଲା ଗରମ ଡ଼ାଲି । ପୀଡ଼ିତାଙ୍କ ଶରୀରରେ ଏବେ ୨୦ରୁ ଅଧିକ ସ୍ଥାନରେ କ୍ଷତ ଚିହ୍ନ । ପୋଲିସ ଯୁବତୀଙ୍କୁ ଉଦ୍ଧାର କରିବା ସହ ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି । ରାଜଧାନୀ ଦିଲ୍ଲୀରେ ଲଜ୍ଜାଜନକ ଘଟଣା । ପୁରୁଷ ବନ୍ଧୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ଯୁବତୀ । ପୋଲିସର କହିବାନୁଯାୟୀ ୨୭ ବର୍ଷୀୟ ପାରସ ନିଜ ଯୁବତୀ ବନ୍ଧୁଙ୍କୁ ସପ୍ତାହେ ଧରି ଦୁଷ୍କର୍ମ କରିଛନ୍ତି । ପାରସ ଦକ୍ଷିଣ ଦିଲ୍ଲୀର ନେବ ସରାଇ ଅଞ୍ଚଳରେ ରହୁଥିଲେ । ସେ ତିନି-ଚାରି ମାସ ହେବ ପଶ୍ଚିମବଙ୍ଗ ଡାର୍ଜିଲିଂରେ ରହୁଥିବା ଯୁବତୀଙ୍କ ସହ ବନ୍ଧୁତା କରିଥିଲେ ।
ଚାକିରି ଖୋଜିଦେବା ଆଶା ଦେଇ ପାରସ ଯୁବତୀଙ୍କୁ ଦିଲ୍ଲୀ ଡ଼ାକିଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ୪ ମାସ ହେବ ବନ୍ଧୁତା ଆରମ୍ଭ ହୋଇଥିବା ବେଳେ ମାସେ ହେବ ଭଡ଼ା ଘର ନେଇ ସେମାନେ ଏକାଠି ରହୁଥିଲେ । ଏହାପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ତା’ପରେ ପାରସ ଯୁବତୀଙ୍କ ସହ ଦୁଷ୍କର୍ମ କରିବା ସହ ତାଙ୍କୁ ଦିନ ରାତି ପିଟୁଥିଲେ । ଏମିତିକି ତାଙ୍କ ଉପରେ ଗରମ ଡ଼ାଲି ମଧ୍ୟ ଢାଳୁଥିବାର ଅଭିଯୋଗ ହୋଇଛି ।
ପୀଡ଼ିତା ଜଣକ ଫୋନ ଯୋଗେ ପୋଲିସକୁ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲା । ଯୁବତୀଙ୍କ ଦେହରେ ୨୦ରୁ ଉର୍ଦ୍ଧ୍ୱ ଜାଗାରେ କ୍ଷତ ସ୍ଥାନ ରହିଥିଲା । ଯୁବତୀଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ । ଏହାପରେ ଅଭିଯୁକ୍ତ ପାରସଙ୍କୁ ଗିରଫ କରିଥିଲା ପୋଲିସ । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ ଚାଲୁ ରହିଥିବା ପୋଲିସ ସୂଚନା ମଧ୍ୟ ଦେଇଛି ।
[ad_2]