ଅପରାଧ

ପ୍ରେମିକ ଛାତିରେ ଛୁରୀ ଭୁସିଲା ପ୍ରେମିକା – Ibnodisha

[ad_1]

ବେଙ୍ଗାଲୁରୁ: ଛୁରୀ ଭୁସି ପ୍ରେମିକକୁ ନିର୍ମମ ଭାବେ ହତ୍ୟା କଲା ପ୍ରେମିକା ! କର୍ଣ୍ଣାଟକର ବେଙ୍ଗାଲୁରୁ ସ୍ଥିତ ହୁଲିମାଭୁ ନିକଟସ୍ଥ ଏକ ଆପାର୍ଟମେଣ୍ଟରେ ଏଭଳି ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ମଙ୍ଗଳବାର ରେ ଏହି ଘଟଣା ଘଟିଥିବା ବେଳେ ହୁଲିମାଭୁ ପୋଲିସ ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ, ମୃତକ ପ୍ରେମିକ ଜଣକ କେରଳ ନିବାସୀ ଜାଭେଦ(୨୯) । ଜାଭେଦ କେରଳର କନ୍ନୁର ଅଞ୍ଚଳର ନିବାସୀ ହୋଇଥିବା ବେଳେ ତାଙ୍କର ଏକ ମୋବାଇଲ ମରାମତି ଦୋକାନ ରହିଛି । ଯେଉଁଠାରେ ସେ କାମ କରୁଥିଲେ । ଅନ୍ୟପଟେ ଅଭିଯୁକ୍ତ ମହିଳା ଜଣକ ରେଣୁକା(୩୪) । ରେଣୁକା କୌଣସି କାମ କରୁନଥିବା ବେଳେ ଘରେ ରହୁଥିଲେ । ରେଣୁକାଙ୍କର ୮ ବର୍ଷୀୟା ଝିଅଟିଏ ମଧ୍ୟ ରହିଛି । ଉଭୟ ଜାଭଦ ଓ ରେଣୁକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ବେଳେ ୩ ବର୍ଷରୁ ଅଧିକ ସମୟ ହେବ ସେମାନେ ଲିଭ-ଇନରେ ରହୁଥିଲେ ।

ବାଙ୍ଗାଲୁରୁ ସ୍ଥିତ ହୁଲିମାଭୁ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ରିୟାଜ ନାମରେ ୩ ଦିନ ପାଇଁ ଏକ ଫ୍ଲାଟ ବୁକ୍ କରିଥିଲେ ଜାଭେଦ । ସେହି ଫ୍ଲାଟରେ ଜାଭେଦ ଓ ରେଣୁକା ରହୁଥିଲେ । ମଙ୍ଗଳବାର ପାଖାପାଖି ୩ ଟା ସୁଦ୍ଧା କୌଣସି କାରଣ ପାଇଁ ଦୁଇ ଜଣଙ୍କ ମଧ୍ୟରେ ଜୋରସୋର ବଚସା ହୋଇଥିଲା । ଏହାପରେ ଆପାର୍ଟମେଣ୍ଟ ମ୍ୟାନେଜର ସୁନିଲ ଘଟଣାସ୍ଥଳକୁ ଆସିଥିଲେ । ତେବେ ଏହି ସମୟରେ ରେଣୁକାଙ୍କ କୋଳରେ ରକ୍ତାକ୍ତ ଅବସ୍ଥାରେ ଜାଭେଦ ପଡିଥିବାର ଦେଖିବାକୁ ପାଇଥିଲେ । ଯାହାକୁ ଦେଖି ଆପାର୍ଟମେଣ୍ଟ ମ୍ୟାନେଜର ଭୟଭୀତ ହେବା ସହ ଏହାର କାରଣ ପଚାରିଥିଲେ । ତେବେ ଏହା ବ୍ୟକ୍ତିଗତ ମାମଲା କହି କଥାକୁ ଏଡାଇ ଦେବାକୁ ଚେଷ୍ଟା କରିଥିଲେ ରେଣୁକା । ଏହାପରେ ଆପାର୍ଟମେଣ୍ଟ ମ୍ୟାନେଜର ଆପାର୍ଟମେଣ୍ଟରେ ରହୁଥିବା ଅନ୍ୟ ଲୋକମାନଙ୍କ ସହାୟତାରେ ଜାଭେଦଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଜାଭେଦଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସ୍ପଷ୍ଟ କରିଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button