ଏସ୍ସିବିରେ ଦଲାଲି କରୁଛନ୍ତି ଆମ୍ବୁଲାନ୍ସ ଚାଳକ:୫ ଗିରଫ – Ibnodisha
[ad_1]
କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ (ଏସ୍ସିବି)ରୁ ୫ ଜଣ ଦଲାଲକୁ ଗିରଫ କରିଛି କମିଶନ୍ରେଟ୍ ପୁଲିସ । ଆମ୍ବୁଲାନ୍ସ ଚାଳକ ହୋଇ ମେଡିକାଲରେ ରୋଗୀଙ୍କୁ ଘରୋଇ ନର୍ସିଂହୋମକୁ ନେଉଥିବା ଦଲାଲ୍ମାନେ ଗିରଫ ହୋଇଛନ୍ତି । ଏସସିବି ଆଇସିୟୁରେ ବେଡ୍ ନାହିଁ କହି ରୋଗୀଙ୍କୁ ଅନ୍ୟ ଘରୋଇ ନର୍ସିଂହୋମକୁ ଏମାନେ ସ୍ଥାନାନ୍ତର କରୁଥିଲେ ।
ଖବର ପାଇ ମଙ୍ଗଳାବାଗ ଥାନା ପୁଲିସ ମେଡିକାଲ୍ ପରିସରରେ ଛାନ୍ଭିନ୍ କରି ମାଲଗୋଦାମ ଥାନା ଅନ୍ତର୍ଗତ ଯୋବ୍ରାର ତ୍ରିନାଥ ନାୟକ (୩୯), ଜଗତପୁର ଥାନା ଅନ୍ତର୍ଗତ ପୀରବଜାରର ଘରୋଇ ଆମ୍ବୁଲାନ୍ସ ଡ୍ରାଇଭର ସେକ୍ ମିଥୁନ (୩୪), ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ଆମ୍ବୁଲାନ୍ସ ଡ୍ରାଇଭର ବିଶ୍ୱଜିତ ପରିଡା(୨୮), ସାଲେପୁର ଥାନା ନାନ୍ଦୋଳ ଗ୍ରାମର ଆମ୍ବୁଲାନ୍ସ ଡ୍ରାଇଭର ଆବୁଦଲ ୱାହିଦ ଖାଁ (୩୩), ବଡମ୍ବା ଥାନା ଅନ୍ତର୍ଗ ବଡ ବରଣା ଗ୍ରାମର ଆମ୍ବୁଲାନ୍ସ ଡ୍ରାଇଭର ବଳିଆ ଓରଫ ଉତ୍କଳ ନାୟକ (୨୪)କୁ ଗିରଫ କରିଛି ।
ଘଟଣାରେ କେଉଁ କେଉଁ ନର୍ସିଂହୋମର ଲିଙ୍କ ରହିଛି ତାହା ମଧ୍ୟ ଖୋଳତାଡ଼ ଜାରି ରହିଥିବା କହିଛନ୍ତି ଜୋନ ୨ ଏସିପି ଅମିତାଭ ମହାପାତ୍ର । ଅଭିଯୁକ୍ତମାନେ ଦୀର୍ଘ ଦିନ ଧରି ଏସ୍ସିବି ମେଡିକାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଘରୋଇ ନର୍ସିଂହୋମ ମୁହାଁ କରାଉଥିଲେ । ସେଥିପାଇଁ ଦାଲାଲମାନେ ଘରୋଇ ନିର୍ସିଂହୋମରୁ ମୋଟା ଅଙ୍କରେ ଅର୍ଥ ପାଉଥିବା ପୁଲିସ ଠାରୁ ପ୍ରକାଶ । ଗିରଫ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲଣ କରାଯାଇଛି ।
[ad_2]