ରାଜ୍ୟ
୬ମାସ ଶିଶୁପୁତ୍ରର ମା’ କାଟିଦେଲା ତଣ୍ଟି – Ibnodisha
[ad_1]
ବଲାଙ୍ଗିର : ଜନ୍ମ କଲା ମା’ ସାଜିଲା ପିଶାଚିନୀ। ନିଜ ପଣତ କାନିରେ ଯେଉଁ ମା’ ଛୁଆକୁ ସବୁବେଳେ ଢାଙ୍କି ରଖିଥାଏ, ଯେଉଁ ହାତରେ ତାକୁ ମମତାବୋଳା ସ୍ପର୍ଶ ଦେଇଥାଏ, ସେହି ହାତରେ କାଟିଦେଲା ତା’ ତଣ୍ଟି। ଏପରି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖଲିଆପାଲି ଗାଁରେ। ଆଜି ସକାଳେ ମା’ ତାର ୬ମାସର ପୁଅର ତଣ୍ଟିକାଟି କୁଆଡ଼େ ପଳାଇଥିଲା। ଜେଜେ ମା’ ଶିଶୁଟିକୁ ତେଲ ମାଲିସ କରିବାକୁ ଆସିଥିଲେ। ଏହି ସମୟରେ ଶିଶୁଟି ରକ୍ତଜୁଡ଼ୁଜୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଶିଶୁର ବାପା କହିଛନ୍ତି, ମୋ ସ୍ତ୍ରୀର ମାନସିକ ଅବସ୍ଥା ଠିକ୍ ନାହିଁ। ତାର ଚିକିତ୍ସା ଚାଲିଛି।
[ad_2]