ଅପରାଧ

ସ୍ତ୍ରୀର ଉଲଗ୍ନ ଫଟୋ ଭାଇରାଲ କରି ସ୍ୱାମୀ ଗିରଫ – Ibnodisha

[ad_1]

ବଲାଙ୍ଗୀର : ଏମିତି ବି ସ୍ୱାମୀ ଥାଆନ୍ତି, ଯାହା ବିଶ୍ୱାସ କରିହେବ ନାହିଁ । କିନ୍ତୁ ଘଟଣା ସତ ବୋଲି ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ମଧ୍ୟପୁର ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ଅଶ୍ଳୀଳ ଫୋଟୋ ଭାଇରାଲ କରି ଗିରଫ ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଗାଁର ରାଷ୍ଟ୍ର କୁମ୍ଭାର ତାଙ୍କ ସ୍ତ୍ରୀଙ୍କୁ ଗାଳିଗୁଲଜ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । କିଛି ଦିନ ପୂର୍ବେ ରାଷ୍ଟ୍ର ତାଙ୍କ ସ୍ତ୍ରୀଙ୍କ ଏକ ଉଲଗ୍ନ ଫଟୋ ଉଠାଇଥିଲେ । ପରେ ସେ ଫଟୋକୁ ଭାଇରାଲ କରିବାରେ ଲାଗିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ରାଷ୍ଟ୍ର କୁମ୍ଭାରକୁ ଗିରଫ କରି କୋର୍ଟଚାଲାଣ କରିଥିବା ଆଇଆଇସି ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି । ଅନ୍ୟପଟରେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ନିନ୍ଦା କରାଯାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button