ଖେଳ

ବୁମ୍‌ରାଙ୍କ ବୋଲିଂକୁ ଡିଭିଲିୟର୍ସଙ୍କ ପ୍ରଶଂସା – Ibnodisha

[ad_1]

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ବିଜୟରେ ଫାଷ୍ଟ୍ ବୋଲର୍ ଜସ୍‌ପ୍ରୀତ୍ ବୁମ୍‌ରା ବଲ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇରେ ସଫଳ ହୋଇଛନ୍ତି । ଏହି ଚମତ୍କାର ପ୍ରଦର୍ଶନ ଦମ୍‌ରେ ବୁମ୍‌ରା ଆଇସିସି ଟେଷ୍ଟ୍ ର‌୍ୟାଙ୍କିଙ୍ଗ୍‌ରେ ମଧ୍ୟ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ବିଶାଖାପାଟଣା ଟେଷ୍ଟ୍‌ରେ ସେ ମୋଟ ୯ ୱିକେଟ୍ ହାସଲ କରିଥିଲେ । ଏହା ମଧ୍ୟରୁ ପ୍ରଥମ ଇନିଂସ୍‌ରେ ୬ଟି ଏବଂ ଦ୍ୱିତୀୟ ଇନିଂସ୍‌ରେ ୩ଟି ୱିକେଟ୍ ତାଙ୍କ ଖାତାକୁ ଆସିଥିଲା । ବୁମ୍‌ରାଙ୍କ ଏହି ଚମତ୍କାର ପ୍ରଦର୍ଶନକୁ ସାଉଥ୍ ଆଫ୍ରିକାର ପୂର୍ବତନ କ୍ୟାପ୍‌ଟେନ୍ ଏବି ଡିଭିଲିୟର୍ସ ବହୁ ପ୍ରଶଂସ କରିଛନ୍ତି ।

ଡିଭିଲିୟର୍ସ ନିଜ ୟୁଟ୍ୟୁବ୍ ଚାନେଲ୍‌ରେ ଜସ୍‌ପ୍ରୀତ୍ ବୁମ୍‌ରାଙ୍କ ବୋଲିଂକୁ ନେଇ କହିଛନ୍ତି, ସେ ଜଣେ ଚମତ୍କାର ବୋଲର୍ ଏବଂ ବହୁ ଉନ୍ନତ ବୋଲିଂ କରୁଛନ୍ତି । ୧୦.୧୧ ଆଭରେଜ୍‌ରେ ୯ ୱିକେଟ୍ ହାସଲ କରିବା ଟେଷ୍ଟ୍ କ୍ରିକେଟ୍‌ରେ ଯେକୌଣସି ବୋଲର୍ ପାଇଁ ସହଜ ନୁହେଁ । ବୁମ୍‌ରାଙ୍କ ଅନ୍ୟପଟୁ ମଧ୍ୟ ଭରପୂର ସହଯୋଗ ମିଳିଲା, ଯାହା ଫଳରେ ସେ ୱିକେଟ୍ ହାସଲରେ ସଫଳ ହୋଇଛନ୍ତି । ଏହା କୌଣସି ବ୍ୟକ୍ତିଗତ ଖେଳ ନୁହେଁ ଏବଂ ଭାରତୀୟ ବୋଲିଂ ଆକ୍ରମଣର ଏହି ବିଷୟ ମୁଁ ସବୁଠୁ ଅଧିକ ପସନ୍ଦ କରେ । ଏବି ଆହୁରି କହିଛନ୍ତି, ବୁମ୍‌ରାଙ୍କ ବୋଲିଂର ସବୁଠୁ ବଡ଼ ଅସ୍ତ୍ର ହେଉଛି ୟର୍କର୍‌, ଯାହାର ଉପଯୋଗ ସେ ସମସ୍ତ ଫର୍ମାଟ୍‌ରେ କରିଥାନ୍ତି । ତାଙ୍କ ବିରୋଧରେ ଖେଳୁଥିବା ବେଳେ ମୁଁ ଜଣାଥାଏ ୟର୍କର୍ ତାଙ୍କର ମୁଖ୍ୟ ଅସ୍ତ୍ର ଏବଂ ଟେଷ୍ଟ୍‌ରେ ମଧ୍ୟ ସେ ଏହାଦ୍ୱାରା ବହୁ ୱିକେଟ୍ ହାସଲ କରିଥାନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button