ଖେଳ

ବେଙ୍ଗାଲୁରରେ ହେବ କଡ଼ା ଟକ୍କର: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ, ପ୍ରଥମେ ବୋଲିଂ କରିବ ନେଦରଲ୍ୟାଣ୍ଡସ୍‌ – Ibnodisha

[ad_1]

ନୂଆଦିଲ୍ଲୀ : ଆଜି ବିଶ୍ୱକପରେ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ ସହିତ ଶେଷ ଲିଗ୍ ମ୍ୟାଚ୍ ଖେଳିବାକୁ ଥିବା ବେଳେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍‌ ଇଣ୍ଡିଆ। ଆଜି ମ୍ୟାଚ୍‌ରେ ଖେଳିବାକୁ ଥିବା ଭାରତୀୟ ଖେଳାଳିମାନେ ହେଉଛନ୍ତି ରୋହିତ ଶର୍ମା, ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟାସ୍‌ ଆୟର୍‌, କେଏଲ୍‌ ରାହୁଲ୍‌, ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଜଶପ୍ରୀତ ବୁମ୍‌ରା, କୂଳଦୀପ ଯାଦବ, ମହମ୍ମଦ ସାମି ଓ ମହମ୍ମଦ ସିରାଜ। ଭାରତ ଓ ନେଦରଲାଣ୍ଡ୍‌ ଟିମ୍‌ ବେଙ୍ଗାଲୁରରଐତିହ୍ୟ ସମ୍ପନ୍ନ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ପରସ୍ପରଙ୍କୁ ସାମ୍ନା କରିବେ।ପୂର୍ବରୁ ଏହି ମ୍ୟାଚ୍‌କୁ ନେଇ ପଚାରାଯାଇଥିବା ଏକ ପ୍ରଶ୍ନରେ ଭାରତୀୟ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ‘‘ଆମେ ଗୋଟିଏ ସମୟରେ ଗୋଟିଏ ମ୍ୟାଚ୍‌ କଥା ଚିନ୍ତା କରୁଛୁ। ଏବେଠାରୁ ସେମିଫାଇନାଲ୍ କଥା ଭାବୁ ନାହୁଁ। ପୂର୍ବ ମ୍ୟାଚ୍‌ ପରଠାରୁ ୬ ଦିନର ବିଶ୍ରାମ ମିଳିଥିବାରୁ ଖେଳାଳିଙ୍କୁ ବି ଅଧିକ ବିଶ୍ରାମର ଆବଶ୍ୟକତା ନାହିଁ। ଲୟକୁ ଜାରି ରଖି ସେମିଫାଇନାଲ୍ ଓ ସମ୍ଭାବ୍ୟ ଫାଇନାଲ୍‌ ଖେଳିବାକୁ ଆମେ ପ୍ରସ୍ତୁତ ହେଉଛୁ’’।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button