ଫ୍ରେଞ୍ଚ୍ ଓପନ୍ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍; ଦ୍ୱିତୀୟ ରାଉଣ୍ଡ୍ରେ ସାତ୍ତ୍ୱିକସାଇରାଜ-ଚିରାଗ – Ibnodisha

[ad_1]
ନୂଆଦିଲ୍ଲୀ: ସାତ୍ତ୍ୱିକ୍ସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କ ଷ୍ଟାର୍ ଭାରତୀୟ ଯୋଡ଼ି ଫ୍ରେଞ୍ଚ୍ ଓପନ୍ ସୁପର୍ ୭୫୦ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ର ପୁରୁଷ ଡବଲ୍ସ ଦ୍ୱିତୀୟ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି । ବିଶ୍ୱ ନଂ.୧ ସଂଘର୍ଷପୂର୍ଣ୍ଣ ପ୍ରଥମ ରାଉଣ୍ଡ୍ ମ୍ୟାଚ୍ରେ ମାଲେସିଆସିଆର ଅଙ୍ଗ୍ ୟେଉ ସିନ୍ ଓ ତେଓ ଇ ୟିଙ୍କୁ ମଙ୍ଗଳବାର ସିଧା ଗେମ୍ରେ ହରାଇ ଦେଇଛନ୍ତି । ୨୦୨୨ ଚାମ୍ପିଅନ୍ ସାତ୍ତ୍ୱିକ-ଚିରାଗ ଟୁର୍ଣ୍ଣାମେଣ୍ଟ୍ରେ ଚମତ୍କାର ଆରମ୍ଭ କରି ବିଶ୍ୱର ୧୨ ନମ୍ବର ଯୋଡ଼ିକୁ ୪୭ ମିନିଟ୍ ମଧ୍ୟରେ ୨୧-୧୩, ୨୪-୨୨ରେ ହରାଇଛନ୍ତି । ମାଲେସିଆ ଯୋଡ଼ିଙ୍କ ବିପକ୍ଷରେ ସାତ୍ତ୍ୱିକ୍-ଚିରାଗଙ୍କର ଏହା ଗତ ଆଠଟି ମ୍ୟାଚ୍ରେ ପଞ୍ଚମ ବିଜୟ । ଏସିଆନ୍ ଗେମ୍ସ ଚାମ୍ପିଅନ୍ ଭାରତୀୟ ଯୋଡ଼ି ପରବର୍ତ୍ତୀ ରାଉଣ୍ଡ୍ରେ ମାନ୍ ୱେଇ ଚୋଙ୍ଗ୍ ଏବଂ କାଇ ଉନ୍ ତି’ଙ୍କ ଅନ୍ୟ ଏକ ମାଲେସିଆ ଯୋଡ଼ିକୁ ଭେଟିବ ।
ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ୍ ବିଜେତା ତ୍ରୀଷା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ମଧ୍ୟ ଦ୍ୱିତୀୟ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି । ମହିଳା ଡବଲ୍ସର ଏକ ପ୍ରଥମ ରାଉଣ୍ଡ୍ ମ୍ୟାଚ୍ରେ ଏହି ଯୋଡ଼ି ନିଜ ଦେଶର ଅଶ୍ୱିନୀ ପୋନାପ୍ପା ଓ ତନିଷା କ୍ରାଷ୍ଟୋଙ୍କୁ ୧୬-୨୧, ୨୧-୧୯, ୨୧-୧୭ରେ ପରାସ୍ତ କରିଛନ୍ତି । ଏହି ଦୁଇ ଭାରତୀୟ ମହିଳା ଯୋଡ଼ି ପ୍ୟାରିସ୍ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ଲଢ଼େଇ କରୁଛନ୍ତି । ତନିଷା-ଅଶ୍ୱିନୀଙ୍କ ବିଶ୍ୱ ର୍ୟାଙ୍କ ୧୧ ହୋଇଥିବା ବେଳେ ତ୍ରୀଷା-ଗାୟତ୍ରୀ ଅଲିମ୍ପିକ୍ କ୍ରୀଡ଼ା ର୍ୟାଙ୍କିଙ୍ଗ୍ର ୧୪ଶ ସ୍ଥାନରେ ରହିଛନ୍ତି । ଗତ ମାସରେ ମାଲେସିଆର ଶାହ ଆଲମରେ ଅନୁଷ୍ଠିତ ବ୍ୟାଡ୍ମିଣ୍ଟନ୍ ଏସିଆ ଟିମ୍ ଚାମ୍ପିଅନ୍ଶିପ୍ରେ ଭାରତୀୟ ମହିଳା ଟିମ୍ର ଐତିହାସିକ ବିଜୟରେ ତ୍ରୀଷା-ଗାୟତ୍ରୀ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ।
[ad_2]