ଖେଳ

ବିରାଟଙ୍କ ଶତକ ବେକାର ଗଲା; ବଟଲରଙ୍କ ଶତକରେ ରାଜସ୍ଥାନ ବିଜୟୀ – Ibnodisha

[ad_1]

ଜୟପୁର: ଆଇପିଏଲ୍‌ର ୧୯ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲର୍ସ(ଆର୍‌ଆର୍) ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)କୁ ପରାଜିତ କରିଛି। ଫଳରେ ବିରାଟ କୋହଲିଙ୍କ ଶତକ ବେକାର ଯାଇଛି। ଜୋସ୍ ବଟଲରଙ୍କ ଶତକରେ ରାଜସ୍ଥାନ ରୟାଲର୍ସ ବିଜୟୀ ହୋଇଛି। ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍ ଜିତି ରାଜସ୍ଥାନ ରୟାଲର୍ସ ଅଧିନାୟକ ସଞ୍ଜୁ ସାମସନ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ଫାଫ୍ ଡୁ ଫ୍ଲେସିସଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଧାର୍ଯ୍ୟ ୨୦ ଓଭରରେ ୩ ୱିକେଟ ହରାଇ ୧୮୩ ରନ୍ ସ୍କୋର୍ କରିଥିଲା। ଫଳରେ ରାଜସ୍ଥାନ ରୟାଲର୍ସ ପାଇଁ ବିଜୟ ଲକ୍ଷ୍ୟ ୧୮୪ ରନ୍ ରହିଥିଲା।ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ବିରାଟ କୋହଲି ୧୧୩ ରନ୍ କରିଥିବାବେଳେ ଫାଫ୍ ଡୁ ଫ୍ଲାସିସ୍ ୪୪ ରନ୍ କରିଥିଲେ। ସେହିପରି ଗ୍ଲେନ୍ ମାକ୍ସୱେଲ ୧ ରନ୍, ସୌରଭ ଚୌହ୍ବାନ ୯ ରନ୍ ଏବଂ କ୍ୟାମେରୁନ୍ ଗ୍ରୀନ୍ ୫ ରନ୍ କରିଥିଲେ। ଏହାର ଜବାବ୍‌ରେ ରାଜସ୍ଥାନ ରୟାଲର୍ସ ୧୯.୧ ଓଭରରେ ୪ ୱିକେଟ ହରାଇ ୧୮୯ ରନ୍ କରିଥିଲା। ରାଜସ୍ଥାନ ରୟାଲର୍ସ ପକ୍ଷରୁ ଜୋସ୍ ବଟଲର ଅପରାଜିତ ୧୦୦ ରନ୍ କରିଥିବାବେଳେ ସଞ୍ଜୁ ସାମସନ୍ ୬୯ ରନ୍, ସିମରନ୍ ହେଟମେୟର ୧୧ ରନ୍ କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button