ଭାରତ ଫେରିଲେ ମନୁ ଭାକର, ଏୟାରପୋର୍ଟରେ ହେଲା ଭବ୍ୟ ସ୍ୱାଗତ
ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ଜିତିବା ପରେ ଭାରତ ଫେରିଲେ ସୁଟର କୁଇନ ମନୁ ଭାକର । ଅଲିମ୍ପିକ୍ସ ପଦକ ବିଜେତା ମନୁ ଭାକର ଦିଲ୍ଲୀରେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ମନୁଙ୍କ ସହ ତାଙ୍କ କୋଚ ଜସପାଲ ରାଣାଙ୍କୁ ମଧ୍ୟ ଜୋରଦାର ସ୍ବାଗତ କରାଯାଇଛି ।
ଏୟାରପୋର୍ଟରେ ପହଞ୍ଚିବା ପରେ ମନୁ ଶ୍ରଦ୍ଧାରେ ଆଲିଙ୍ଗନ କରିଥିଲେ ତାଙ୍କ ବାପା,ମାଆ ।
ଏହା ସହ ମନୁଙ୍କ ସ୍ବାଗତ କରିବାକୁ ଏୟାରପୋର୍ଟରେ ଭିଡ ଦେଖିବାକୁ ମିଳିଥିଲା । ଅଲିମ୍ପିକ୍ସ ହିରୋଙ୍କୁ ଦେଖିବା ସହ ସେଲଫି ନେବାକୁ ଉପସ୍ଥିତ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା । ମନୁଙ୍କ ବେକରେ ଦୁଇ ଦୁଇଟି ମେଡାଲ ପଡିଥିଲା । ଫ୍ୟାନ୍ସ ଦେଖି ଏହା ଖୁସି ହୋଇଥିଲ ।
ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହେଉଛନ୍ତି ମନୁ ଭାକର । ମନୁ ଭାକର ମହିଳା ୧୦ ମିଟର ପିସ୍ତଲରେ ବ୍ରୋଞ୍ଜ ଏବଂ ୧୦ ମିଟର ପିସ୍ତଲର ମିକ୍ସଡ ଇଭେଣ୍ଟରେ ସରବଜୋତଙ୍କ ସହ ମିଶି ବ୍ରୋଞ୍ଜ ଜିତିଛନ୍ତି ।
ହରିୟାଣାରେ ଜନ୍ମିତ ମନୁ ଭାକର ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି । ତାଙ୍କ ପୂର୍ବରୁ ୨୦୦୪ ଆଥେନ୍ସ ଅଲିମ୍ପିକ୍ସରେ ସୁମା ଶିରୁର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ । ଟୋକିଓ ଅଲିମ୍ପିକ୍ସରେ ମନୁ ଭାକର ଦମଦାର ପ୍ରଦର୍ଶନ କରିଥିଲେ ହେଁ ଫାଇନାଲ ରାଉଣ୍ଡରେ ପ୍ରବେଶ କରି ପାରି ନଥିଲେ ।