ଖେଳ

ଅଡୁଆରେ ଧୋନୀ, ନୋଟିସ ଜାରି କଲେ ହାଇକୋର୍ଟ

ରାଞ୍ଚି,୧୩/୧୧: ଆଇପିଏଲ ପୂର୍ବରୁ ଅଡୁଆରେ ପଡିଛନ୍ତି ଏମଏସଡି । ଭାରତୀୟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଝାଡଖଣ୍ଡ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ ନୋଟିସରେ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପୁରୁଣା ବ୍ୟବସାୟିକ ସମସ୍ୟା ନେଇ ଝାଡଖଣ୍ଡ କୋର୍ଟ ତାଙ୍କୁ ନୋଟିସ କରିଛନ୍ତି ।

ଧୋନୀଙ୍କ ପୂର୍ବ ବିଜନେସ ପାର୍ଟନର ମିହିର ଦିବାକର ଏବଂ ତାଙ୍କ ପତ୍ନୀ ସୌମ୍ୟା ଦାସଙ୍କ ଅଭିଯୋଗ ପରେ ତାଙ୍କୁ ଏହି ନୋଟିସ ହୋଇଛି। ଦିବାକର ଓ ସୌମ୍ୟା ମିଶି ଆରକା ସ୍ପୋଟ୍ସ କମ୍ପାନୀ ଚଳାଉଥିଲେ । ତାଙ୍କ ନାମରେ କ୍ରିକେଟ ଏକାଡେମୀ ଖୋଲିବା ପାଇଁ ଧୋନୀଙ୍କ ସହ ଚୁକ୍ତି କରିଥିଲେ । ଏହାର କିଛି ଦିନ ପରେ ଧୋନୀ ଦିବାକର ଓ ସୌମ୍ୟାଙ୍କ ନାମରେ ଠକେଇ ଅଭିଯୋଗ ଆଣିଥିଲେ । ଜାନୁଆରୀ ୫ ତାରିଖରେ ଦୁହିଁଙ୍କ ବିରୋଧରେ ଅପରାଧିକ ମାମଲା ରୁଜ୍ଜୁ ହୋଇଥିଲା ।

ସୌମ୍ୟା ଓ ମିହିର ତାଙ୍କଠୁ ୧୫କୋଟି ଟଙ୍କାର ଠକେଇ କରିଥିବା ଧୋନୀ ଅଭିଯୋଗ କରିଥିଲେ। ୨୦୨୧ରେ ଧୋନୀଙ୍କୁ ଉକ୍ତ ଚୁକ୍ତିନାମା ଅଧିକାରରୁ ବାତିଲ କରି ଦିଆଯାଇଥିବା କହିଛନ୍ତି । ଏହା ପରେ ମିହିର ଓ ସୌମ୍ୟାଙ୍କ ନାମରେ ଏହା କାର୍ଯ୍ୟକାରୀ ହେଉଥିଲା। ପରେ ଉଭୟଙ୍କ ନାମରେ ରାଞ୍ଚିରେ ଜଣେ ନ୍ୟାୟିକ ମାଜିଷ୍ଟ୍ରେଟ କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିଲା । ବର୍ତ୍ତମାନ ହାଇକୋର୍ଟ ଏହି ମାମଲାରେ ଧୋନୀଙ୍କୁ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button