ଖେଳ

ଅଲିମ୍ପିକ୍ ହକି କ୍ୱାଲିଫାୟର୍ସ; ସବିତାଙ୍କୁ ମହିଳା ଟିମ୍‌ର ନେତୃତ୍ୱ – Ibnodisha

[ad_1]

ବେଙ୍ଗାଲୁର: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ କ୍ୱାଲିଫାୟର୍ସ ପାଇଁ ହକି ଇଣ୍ଡିଆ ୧୮ ଜଣିଆ ଟିମ୍ ଘୋଷଣା କରିଛି । ଭେଟେରାନ୍ ଗୋଲ୍‌କିପର୍ ସବିତା ପୁନିଆଙ୍କୁ ପୂର୍ବପରି ଟିମ୍‌ର ନେତୃତ୍ୱ ପ୍ରଦାନ କରାଯାଇଥିବା ବେଳେ ବନ୍ଦନା କଟାରିୟା ତାଙ୍କ ଡେପୁଟି ଅଛନ୍ତି । ତେବେ ଟିମ୍‌ରେ କୌଣସି ଓଡ଼ିଆ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ ।

ସବିତା ନିକଟରେ ଲଗାତାର ତୃତୀୟ ଥର ପାଇଁ ଏଫ୍‌ଆଇଏଚ୍ ଗୋଲ୍‌କିପର୍ ଅଫ୍ ଦ ଇୟର୍ ପୁରସ୍କାର ଜିତିଥିବା ବେଳେ ଭେଟେରାନ୍ ଫରୱାର୍ଡ ବନ୍ଦନା ୩୦୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାରେ ଭାରତର ସର୍ବପ୍ରଥମ ମହିଳା ଖେଳାଳି । ରାଞ୍ଚିରେ ଭାରତ ଅଭିଯାନ ଆରମ୍ଭ କରି ଟପ୍ ତିନିରେ ରହି ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ରହିବ । ପୁଲ୍‌-ବି’ରେ ସ୍ଥାନ ପାଇଥିବା ଭାରତ ଜାନୁଆରୀରେ ୧୩ରେ ଆମେରିକା ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହାପରେ ଜାନୁଆରୀ ୧୪ରେ ନ୍ୟୁଜିଲାଣ୍ଡ ଏବଂ ୧୬ରେ ଇଟାଲୀକୁ ଭେଟିବ ।

ସ୍କ୍ୱାଡ୍‌: ଗୋଲ୍‌କିପର୍‌- ସବିତା ପୁନିଆ (କ୍ୟାପ୍‌ଟେନ୍‌), ବିଚୁ ଦେବୀ ଖରିବାମ୍‌; ଡିଫେଣ୍ଡସର୍‌- ନିକ୍କି ପ୍ରଧାନ, ଉଦିତା, ଇଶିକା ଚୌଧୁରୀ, ମୋନିକ।।; ମିଡ୍‌ଫିଲ୍ଡର- ନିଶା, ଭୈଷ୍ଣବୀ ଭିଠଲ୍ ଫାଲ୍‌କେ, ନେହା, ନବନୀତ କୌର, ସଲିମା ଟେଟେ, ସୋନିକା, ଜ୍ୟୋତି, ବିୟୁଟି ଡୁଙ୍ଗ୍‌ଡୁଙ୍ଗ୍‌; ଫର୍‌ୱାର୍ଡ- ଲାରେମ୍‌ସିଆମି, ସଙ୍ଗୀତା କୁମାର, ଦୀପିକା, ବନ୍ଦନା କଟାରିୟା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button