ଜାପାନ୍ରେ ଏବେ ସୁନାମୀ ବିପଦ; ଉଚ୍ଚସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ, ପ୍ରଶାସନ ତତ୍ପର – Ibnodisha

[ad_1]
ଟୋକିଓ: ସୋମବାର ସମଗ୍ର ବିଶ୍ୱ ନୂଆବର୍ଷ ପାଳନ ହର୍ଷୋଲ୍ଲାସର ପାଳନ କରୁଥିବା ବେଳେ ଜାପାନ୍ ଉପରେ କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟର ଏକ କଳାବାଦଲ ଘୋଟିଆସିଛି । ପ୍ରାପ୍ତ ସୂଚନାନୁସାରେ ସୋମବାର ସକାଳ ସମୟରେ କେନ୍ଦ୍ରୀୟ ଜାପାନ୍ରେ ୭.୭ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିଲା । ପରେ ଏହାକୁ ନେଇ ସୁନାମୀ ଆଶଙ୍କା ମଧ୍ୟ ସାମ୍ନାକୁ ଆସିଥିଲା । ରିପୋର୍ଟ ଲେଖାହେବା ସୁଦ୍ଧା ସୁନାମୀର ପ୍ରଥମ ଜୁଆର କେନ୍ଦ୍ରୀୟ ଜାପାନ୍ ଉପକୂଳ ଛୁଇଁଥିବା ଜଣାପଡିଛି ।
ଇସିକାୱାର ୱାଜିମା ଓ କାନୱାଜା ସହର ସମେତ ଟୋୟୋମା ଆଦି ଅଞ୍ଚଳରେ ସୁନାମୀର ପ୍ରଥମ ଲହର ପହଞ୍ôଚଛି । ଅନ୍ୟପକ୍ଷେ ସୁନାମୀ ପ୍ରଭାବକୁ ଦୃଷ୍ଟିରେ ରଖି ସମୁଦ୍ର ଉପକୂଳ ବାସିନ୍ଦାଙ୍କୁ ତୁରନ୍ତ ଉଚ୍ଚସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଅନୁସାରେ ସୁନାମୀ ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳଗୁଡ଼ିକରୁ ପ୍ରାୟ ୩୫ ହଜାର ଘରୁ ବିଜୁଳି କାଟ୍ କରାଯାଇଛି ।
ଭୂମିକମ୍ପ ଉତ୍ପତ୍ତିସ୍ଥଳ ହାୱାଇ ସ୍ଥିତ ପ୍ରଶାନ୍ତ ମହାସାଗର ଠାରୁ ଜାପାନ ଉପକୂଳରେ ୩ଠଠ କିମି ମଧ୍ୟରେ ସୁନାମୀର ପ୍ରଳୟଙ୍କାରୀ ରୂପ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି । ଇଶିକାୱା ଜିଲ୍ଲାର ୱାଜିମା ସହର ସମୁଦ୍ର ଉପକୂଳରେ ଥିବା ବେଳେ ଏଠାରେ ୧.୨ ମିଟର ଉଚ୍ଚତାର ସୁନାମୀ ଆସିବା ଆଶଙ୍କା କରାଯାଉଛି । ସେହିପରି ନୋଟା ଉପଦ୍ୱୀପ ନିକଟରେ ୫ ମିଟର ପର୍ଯ୍ୟନ୍ତ ସୁନାମୀର ପ୍ରଭାବ ଦେଖାଦେଇପାରେ ବୋଲି ପାଣିପାଗ ବିଭାଗ ଆଶଙ୍କା ବ୍ୟକ୍ତ କରିଛି ।
ସୋମବାର ଜାପାନ୍ରେ ଅପରାହ୍ନ ୪ଟା ୧ଠ ମିନିଟ୍ରେ ୭.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର ୮ ମିନିଟ୍ ପରେ ଅର୍ଥାତ୍ ୪ଟା.୧୮ମିନିଟ୍ରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ କରିଥିଲେ ସ୍ଥାନୀୟ ଲୋକେ । ସେହିପରି ୪.୨୫ ମିନିଟରେ ୪.୫ ତୀବ୍ରତାର, ୪.୨୯ ମିନିଟରେ ୪.୬ ତୀବ୍ରତାର ଏବଂ ୪.୩୨ ମିନିଟ୍ରେ ୪.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ରାଜଧାନୀ ଟୋକିଓ, କାଣ୍ଟୋ ଆଦି ଅଞ୍ଚଳରେ ଏସବୁ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ଏତେ କମ୍ ସମୟ ମଧ୍ୟରେ ଘନ ଘନ ଭୂମିକମ୍ପ ଯୋଗୁ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ । ତେବେ ଏହିି ଭୂମିକମ୍ପ ଯୋଗୁ କେଉଁଠାରେ କ୍ଷୟକ୍ଷତି ଜନିତ କୌଣସି ରିପୋର୍ଟ ମିଳିନାହିଁ ।
ଭୂମିକମ୍ପ ଅନୁଭୂତ ହେବା ପରେ ପରେ ଜାପାନ ପାଣିପାଗ ଏଜେନ୍ସି ତୁରନ୍ତ ପଶ୍ଚିମ ଉପକୂଳ ସଂଲଗ୍ନ ସ୍ୱୟଂଶାସିତ ଜିଲ୍ଲା ଇଶିୱାକା, ନାଇଗାଟା ଏବଂ ତୋମାୟାରେ ସୁନାମୀ ସତର୍କତା ଜାରି କରିଥିଲା । ପ୍ରକାଶ ଜାପାନ୍ରେ ୨୦୧୧ ସୁନାମୀ ପ୍ରଳୟ ପରେ ୨୦୨୪ରେ ପ୍ରଥମ ଥର ପାଇଁ ବଡ଼ ସୁନାମୀ ସତର୍କତା ଜାରି କରାଯାଇଛି । ପ୍ରଶାସନ ପକ୍ଷରୁ ମଧ୍ୟ ପରିସ୍ଥିତିର ମୁକାବିଲା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।
[ad_2]