ଜାନୁଆରୀ ୬ରୁ ବିଏସ୍କେୱାଇ ନବୀନ କାର୍ଡ ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ – Ibnodisha

[ad_1]
ଭୁବନେଶ୍ୱର: ଆସନ୍ତା ୬ ତାରିଖରୁ ବିଏସକେୱାଇ ନବୀନ କାର୍ଡ ଲାଗି ଅନଲାଇନ ପଞ୍ଜୀକରଣ ଆରମ୍ଭ ହେବ । ଏହା ଜାନୁଆରୀ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁ ହିତାଧିକାରୀମାନେ ବିଏସକେୱାଇ କାର୍ଡ ପାଇନାହାନ୍ତି ସେମାନେ ଏଥିରେ ନାମ ପଞ୍ଜୀକରଣ କରିପାରିବେ । ତେବେ ସରକାରୀ କର୍ମଚାରୀ, ସରକାରୀ ପେନସନ ଉପଭୋକ୍ତା ଓ କରଦାତାମାନେ ଏଥିଲାଗି ଉପଯୁକ୍ତ ବିବେଚିତ ହେବେ ନାହିଁ । ଅନଲାଇନ ପଞ୍ଜୀକରଣ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ଆହ୍ୱାନ ଦିଆଯାଇଛି । ବର୍ତ୍ତମାନ ବିଏସକେୱାଇ ଅନ୍ତର୍ଭୁକ୍ତ ହୋଇ ନଥିବା ବ୍ୟକ୍ତିମାନେ ବିଏସକେୱାଇ ନବୀନ କାର୍ଡ ଲାଗି ଯୋଗ୍ୟ ବିବେଚିତ ହେବ ।
ହିତାଧିକାରୀମାନେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଗୁରୁତର ଅର୍ଥାତ କ୍ରିଟିକାଲ ରୋଗଗୁଡିକ ଲାଗି ଦେୟମୁକ୍ତ ଚିକିତ୍ସା ପାଇପାରିବେ । ବିଏସକେୱାଇ ନବୀନ କାର୍ଡରେ ପ୍ରତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟଙ୍କ ଲାଗି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା ରହିଛି । ହିତାଧିକାରୀମାନେ ଆସନ୍ତା ମେ ୧ ତାରିଖଠାରୁ ଏହି ସୁବିଧା ପାଇବେ । ହିତାଧିକାରୀମାନେ ପୋର୍ଟାଲରେ ଆବେଦନ କରିପାରିବେ ।
[ad_2]