ରାଜ୍ୟ
ବାଲିଗୁଡାରେ ପୁଣି ଲାଗିଲା ମାଓ ପୋଷ୍ଟର – Ibnodisha
[ad_1]
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସୁଡ୍ରା ଗଟାଙ୍ଗୀ କମ୍ବାରକିଆ ଛକରୁ ମାଓପୋଷ୍ଟର ଠାବ ହୋଇଛି। କେକେବିଏନ୍ ଡିଭିଜନାଲ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ସୂଚନା ମିଳିଛି। ଗତ ୩ ତାରିଖରେ ପୁଲିସ ଗୁଳିରେ ନିହତ ହୋଇଥିବା ମାଓନେତା ଦାସୁରୁଙ୍କୁ ମାଓ ସଙ୍ଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି। ପୁଲିସ୍ ବାହିନୀ ଦାସୁରୁଙ୍କୁ ଯେଭଳି ଭାବେ ଅତି ନିର୍ମମ ଭାବେ ହତ୍ୟା କରିଥିଲା। ଏହାକୁ ମାଓ ସଙ୍ଗଠନ ତୀବ୍ର ନିନ୍ଦା କରିଛି। କେକେବିଏନ୍ ଡିଭିଜନାଲ କମିଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇ ଦାସୁରୁଙ୍କୁ ସହିଦର ଆଖ୍ୟା ଦିଆଯିବା ସହ ମାଓନେତା ଦାସୁରୁଙ୍କ ବଳିଦାନ୍ ବ୍ୟର୍ଥ ଯିବ ନାହିଁ ବୋଲି ପୋଷ୍ଟରରେ କୁହାଯାଇଛି। ଗତ ୨୦୧୪ ମସିହାରୁ ଦାସୁରୁ ମାଓ ସଙ୍ଗଠନରେ ସାମିଲ ହୋଇ ଦଳିତ ଆଦିବାସୀଙ୍କ ପାଇଁ କାମ କରୁଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ସେପଟେ ମାଓ ପୋଷ୍ଟର ଠାବ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
[ad_2]