ରାଜ୍ୟ

ଆପାର୍ଟମେଣ୍ଟରେ ବଡ ଧରଣର ଚୋରି, ଲୁଟିନେଲେ ୫୦ ଭରି ସୁନା ଅଳଙ୍କାର

ଭୁବନେଶ୍ୱର : ଆପାର୍ଟମେଣ୍ଟରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଭୁବନେଶ୍ୱର ଚନ୍ଦକା ଥାନା ଅଧିନ ଆକ୍ରୋପଲିସ ଆପାର୍ଟମେଣ୍ଟରେ ବଡ ଧରଣର ଚୋରି । ଲୁଟିନେଲେ ୫୦ ଭରି ସୁନା ଅଳଙ୍କାର ସମେତ ୪୦ରୁ ଊର୍ଦ୍ଧ୍ବ ରୁପା କଏନ । ନଗଦ ୧୦ ହଜାର ଟଙ୍କା ବି ନେଇଯାଇଛନ୍ତି ଦୁର୍ବୃତ୍ତ । ନ୍ୟାସନାଲ ମେଟାଲର୍ଜିକାଲ ଲାବରେଟୋରୀର ପୂର୍ବତନ ଚିଫ୍ ସାଇଣ୍ଟିଷ୍ଟ ନାରାୟଣ ପରିଡାଙ୍କ ଘରୁ ଲୁଟ ହୋଇଛି ।

ନାରାୟଣ ପୁଅ ପାଖକୁ ୟୁରୋପ ଯାଇଥିବାବେଳେ ୧୧ତାରିଖ ରାତିରେ ଲୁଟ ହୋଇଛି । ୧୨ ତାରିଖ ସକାଳେ କେୟାର ଟେକର ଘର ତାଲା ଭଙ୍ଗାଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଆଜି ୟୁରୋପରୁ ଆସି ପହଞ୍ଚିଛନ୍ତି ନାରାୟଣ ପରିଡ଼ା । ଆପାର୍ଟମେଣ୍ଟରେ କଡ଼ା ସୁରକ୍ଷା ପରେ ବି ଲୁଟ୍ ହେଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button