ଦେଶ

୭୧୮ ଦିନର ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଶେଷ ହେବ! – Ibnodisha

[ad_1]

ମସ୍କୋ : ରୁଷ୍‌-ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଇତି ମଧ୍ୟରେ ୭୧୮ ଦିନ (୨ବର୍ଷ ୧୧ ମାସ ୨ସପ୍ତାହ ଏବଂ ୪ ଦିନ)ରେ ପହଞ୍ôଚଛି । ରୁଷ୍ ସେନା ପକ୍ଷରୁ ନିୟମିତ ଭାବେ ୟୁକ୍ରେନ୍ ମାଟିରେ ଆକ୍ରମଣ କରାଯାଉଥିବା ବେଳେ ୟୁକ୍ରେନ୍ ସେନା ମଧ୍ୟ ରୁଷ୍ ସେନାକୁ ନିଜ ସାମର୍ଥ୍ୟ ମୁତାବକ କ୍ଷତି ପହଞ୍ଚାଉଛନ୍ତି । ତେବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କ ଏକ ସାକ୍ଷାତକାର ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ସେ ୟୁକ୍ରେନ୍‌-ରୁଷ୍ ଯୁଦ୍ଧ ସମ୍ପର୍କରେ ଏବଂ ଏହାର ଭବିଷ୍ୟତ ସମ୍ପର୍କରେ କେତେକ କଥା କହୁଥିବା ଦେଖିବାକୁ ମିଳୁଛି ।ଆମେରିକାର ପ୍ରଖ୍ୟାତ ସମ୍ବାଦଦାତା ଟକର କାର୍ଲସନ୍‌ଙ୍କୁ ସାକ୍ଷାତକାର ଦେବା ଅବସରରେ ପୁତିନ୍‌, ୟୁକ୍ରେନ୍ ଉପରେ ଆକ୍ରମଣ ତଥା ଯୁଦ୍ଧ ଶେଷ କରିବା ଉପରେ ମତବ୍ୟକ୍ତ କରି କହିଛନ୍ତି, “ଏହି ଯୁଦ୍ଧ କେବେ ଠାରୁ ଶେଷ ହୋଇସାରିଥାନ୍ତା । କେବଳ ଆମେରିକା ଏବଂ ନାଟୋ ପକ୍ଷରୁ ୟୁକ୍ରେନ୍‌କୁ ଯୋଗାଇ ଦିଆଯାଉଥିବା ସାହାଯ୍ୟ ସହଯୋଗ ଏହି ଯୁଦ୍ଧକୁ ଏପର୍ଯ୍ୟନ୍ତ ଲମ୍ବା ଟାଣିଚାଲିଛି । ଯଦି ଆମେରିକା ଏବଂ ନାଟୋ ସର୍ବପ୍ରଥମେ ୟୁକ୍ରେନ୍‌କୁ ସହାୟତା ଯୋଗାଇବା ବନ୍ଦ କରିବେ ତେବେ ହୁଏତ ଯୁଦ୍ଧ କିଛି ସପ୍ତାହ ମଧ୍ୟରେ ଶେଷ ହୋଇପାରିବ ।” ବିବିସି ରିପୋର୍ଟ ଅନୁସାରେ, ପୁତିନ୍ ଏହି ଯୁଦ୍ଧ ପାଇଁ ସିଧାସଳଖ ଆମେରିକା ଏବଂ ନାଟୋ ସଦସ୍ୟ ରାଷ୍ଟ୍ରଙ୍କୁ ଦୋଷାରୋପ କରିଛନ୍ତି । ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ୨୦୧୪ରେ ୟୁକ୍ରେନ୍‌ରେ କ୍ଷମତା ଦଖଲ ପାଇଁ କରିଥିବା କୂଟନୈତିକ ଆକ୍ରମଣ କରିଥିଲା । ୟୁକ୍ରେନ୍‌ର ତତ୍କାଳୀନ ସରକାର ଏବଂ ଏବେର ରାଷ୍ଟ୍ରପତି ଭି. ଜେଲେନ୍‌ସ୍କିଙ୍କ ସରକାର ସିଆଇଏର ଏହି ଷଡଯନ୍ତ୍ରର ଶିକାର ହୋଇଛନ୍ତି । ଆମେରିକା କୂଟନୀତିକୁ ବୁଝିନପାରି ୟୁକ୍ରେନ୍ ପକ୍ଷରୁ ଡୋନବାସ ଏବଂ କ୍ରିମିୟା ଉପରେ ଆକ୍ରମଣ କରାଯାଇଥିଲା । ଏମାନଙ୍କୁ ସାହାଯ୍ୟ କରିବା ପାଇଁ ରୁଷ୍‌କୁ ଆକ୍ରମଣ କରିବାକୁ ପଡିଥିଲା ବୋଲି ପୁତିନ୍ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ।ପୁତିନ୍ କହିଛନ୍ତି, ୟୁକ୍ରେନ୍‌କୁ ଆମେରିକା ଏବଂ ନାଟୋ ପକ୍ଷରୁ ଅସ୍ତ୍ରଶସ୍ତ୍ର ଯୋଗାଣ କରାଯିବା ଏବଂ ଅନ୍ୟପକ୍ଷେ ରୁଷ୍ ନିଜ ପଟୁ ଯୁଦ୍ଧ ବନ୍ଦ କରିବାକୁ ଅନ୍ତର୍ଜାତୀୟସ୍ତରରେ ମଧ୍ୟସ୍ଥତା କରିବା କଦାପି ଗ୍ରହଣଯୋଗ୍ୟ ନୁହେଁ । ଯଦି ଆମେରିକା ବାସ୍ତବରେ ଚାହୁଁଛି, ରୁଷ୍ ଯୁଦ୍ଧ ବନ୍ଦ କରୁ ବୋଲି ତେବେ ସର୍ବପ୍ରଥମେ ୟୁକ୍ରେନ୍‌କୁ ବାହାରୁ ଅସ୍ତ୍ରଶସ୍ତ୍ର ଯୋଗାଇବା ବନ୍ଦ କରିବା ଉଚିତ୍ । ତେବେ ପୁତିନ୍‌ଙ୍କ ଏପ୍ରକାର ବିବୃତି ଯୁଦ୍ଧ ଅବସାନ ପାଇଁ ସେ ୟୁକ୍ରେନ୍ ଏବଂ ଆମେରିକା ସମ୍ମୁଖରେ ଏକ ସର୍ତ୍ତ ରଖିଛନ୍ତି ବୋଲି ବିବେଚନା କରାଯାଉଛି । ଏହି ସର୍ତ୍ତକୁ ଯଦି ୟୁକ୍ରେନ୍ ଗ୍ରହଣ କରେ ତେବେ ହୁଏତ ଯୁଦ୍ଧ ଅବସାନ ହୋଇପାରେ । ପ୍ରକାଶ, ୨୪ ଫେବ୍ରୁଆରୀ ୨୦୨୨ରେ ରୁଷ୍‌, ସର୍ବପ୍ରଥମେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା । ଏହା ଏଯାବତ୍ ଅବ୍ୟାହତ ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button