ଦେଶ

ଭାରତ ବିରୋଧୀରେ ମାଳଦ୍ବୀପ ରଚିଲା ନୂଆ ଷଡ଼ଯନ୍ତ୍ର – Ibnodisha

[ad_1]

ବ୍ୟୁରୋ : ଭାରତ ଓ ମାଳଦ୍ବୀପ ମଧ୍ୟରେ ବିବାଦ ଦିନକୁ ଦିନ ବୃଦ୍ଧି ପାଇବରେ ଲାଗିଛି । ପୁଣି ଥରେ ମାଳଦ୍ବୀପ ଭାରତ ବିରୋଧୀ ନୂଆ ଷଡ଼ଯନ୍ତ୍ର ରଚିଛି। ଭାରତୀୟ ସୈନ୍ୟଙ୍କୁ ଦେଶରୁ ବାହାର କରିବା ସହିତ ଚୀନ ସହିତ ବୁଝାମଣା କରିଛି। ଏହି ବୁଝାମଣା ଅନ୍ତର୍ଗତ ଚୀନ ମାଳଦ୍ବୀପକୁ ମାଗଣାରେ ସୈନ୍ୟ ସହାୟତା ଯୋଗାଇ ଦେବ। ଭାରତୀୟ ସୈନ୍ୟଙ୍କୁ ଦେଶରୁ ବାହାର କରିବା ପାଇଁ ରାଷ୍ଟ୍ରପତି ମହମ୍ମଦ ମଇଜ୍ଜୁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବା ପରେ ଚୀନ ସହିତ ରକ୍ଷା ସହଯୋଗ ବୁଝାମଣା ସ୍ବାକ୍ଷର କରିଛନ୍ତି।ଏହା ପୂର୍ବରୁ ମାଳଦ୍ବୀପ ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ଘାସନ ମୈମୁନ ଚୀନ ସହିତ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବା ଲାଗି ଆଲୋଚନା ପାଇଁ ଚୀନର ଅନ୍ତର୍ଜାତୀୟ ସୈନ୍ୟ ସହଯୋଗ କାର୍ଯ୍ୟାଳୟର ଉପ-ନିର୍ଦ୍ଦେଶକ ମେଜର ଜେନେରାଲ ଝାଙ୍ଗ୍ ବାଓକୁନଙ୍କୁ ଭେଟି ଥିଲେ। ତେବେ ମାଳଦ୍ବୀପ ପକ୍ଷରୁ ନୂତନ ପ୍ରତିରକ୍ଷା ସହଯୋଗ ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରାଯାଇ ନାହିଁ। ମାଳଦ୍ବୀପ ରାଷ୍ଟ୍ରପତି ମଇଜ୍ଜୁ ତାଙ୍କ ଦେଶରୁ ଭାରତୀୟ ସେନାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ମାର୍ଚ୍ଚ ମେ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ଏପରିସ୍ଥଳେ ସୈନ୍ୟମାନଙ୍କ ସ୍ଥାନ ନେବା ପାଇଁ ଭାରତୀୟଙ୍କ ପ୍ରଥମ ବେସାରିକ ଦଳ ମାଳଦ୍ବୀପ ପହଞ୍ଚିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button