ଦେଶ

ଜାପାନ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି – Ibnodisha

[ad_1]

ଟୋକିଓ: ନୂଆବର୍ଷରେ ଜାପାନରେ ଶକ୍ତିଶାଳୀ ଭୂକମ୍ପ ହୋଇ ପ୍ରଥମ ଦିନରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ଏବେ ୧୨ରେ ପହଞ୍ଚିଛି। ସୋମବାରରୁ ପ୍ରାୟ ୧୫୫ରୁ ଅଧିକ ଭୂକମ୍ପ ହୋଇଥିବା ବେଳେ ଅଧିକାଂଶ ୭.୬ ତୀବ୍ରତାର ଥିବା ରେକର୍ଡ ହୋଇଛି। ବାକିଗୁଡ଼ିକ ୬ ତୀବ୍ରତାରୁ ଅଧିକ ରହିଛି। ପ୍ରାରମ୍ଭିକ ଭୂକମ୍ପ ପରେ ଅଧିକାରୀମାନେ ସୁନାମି ଚେତାବନୀ ଜାରି କରିଛନ୍ତି। ୩୩ ହଜାର ପରିବାର ବିଦ୍ୟୁତ୍ ବିନା ରହିଛନ୍ତି ଏବଂ ପ୍ରମୁଖ ରାଜପଥ ସମେତ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ମାର୍ଗ କାର୍ଯ୍ୟକ୍ଷମ ନୁହେଁ, ଯାହାଦ୍ୱାରା ମେଡିକାଲ୍ ଏବଂ ସେନା କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଜାପାନର ଜନ ପ୍ରସାରଣକାରୀ ଏନ୍‌ଏଚ୍‌କେ କହିଛନ୍ତି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ନିକଟରେ ଥିବା ୱାଜିମା ସହରରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ ୬ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି ବୋଲି ଜାତୀୟ ଏଜେନ୍ସି ରଏଟର୍ସ ରିପୋର୍ଟରେ ଦର୍ଶାଯାଇଛି। ଜାପାନ ପାଣିପାଗ ସଂସ୍ଥାର ସୂଚନା ଅନୁଯାୟୀ, ଇସାକାୱା ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଇସିଗାୱାର ନୋଟୋଠାରେ ରହିଥିଲା। ରାଜଧାନୀ ଟୋକିୟୋଠାରୁ ଏହି ସ୍ଥାନର ଦୂରତା ପ୍ରାୟ ୩୦୦ କିମି। ୱାଜିମା ସହରରେ ୧ ମିଟରରୁ ଅଧିକ ଉଚ୍ଚ ଜୁଆର ଛୁଇଁ ସାରିଛି। ଇସିକାୱାକୁ ୫ ମିଟରରୁ ଅଧିକ ଉଚ୍ଚ ଜୁଆର ଆସିବା ସମ୍ଭାବନା ରହିଛି। ଦକ୍ଷିଣ କୋରିଆର ପୂର୍ବ ଉପକୂଳରେ ୧ ମିଟରର ସୁନାମୀ ପହଞ୍ଚି ସାରିଛି ବୋଲି ଦେଶର ପାଣିପାଗ ଏଜେନ୍ସି କହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button