ଦେଶ

ଚନ୍ଦ୍ରବାବୁ ନାଇଡୁଙ୍କ ନୂଆ ପରିଚୟ ‘କଏଦୀ ନମ୍ବର ୭୬୯୧’, ସ୍ୱତନ୍ତ୍ର କୋଠରୀ ସହ ମିଳୁଛି ଘର ତିଆରି ଖାଦ୍ୟ – Ibnodisha

[ad_1]

ଆନ୍ଧ୍ର ପ୍ରଦେଶ : ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କୁ ରାଜମୁନ୍ଦରି କେନ୍ଦ୍ରୀୟ ଜେଲରେ ରଖାଯାଇଛି। ତାଙ୍କର ନୂଆ ପରିଚୟ ହୋଇଛି ‘କଏଦୀ ନମ୍ବର ୭୬୯୧’। କୌଶଳ ବିକାଶ ଦୁର୍ନୀତି ମାମଲାରେ ବିଜୟୱାଡାର ଏକ କୋର୍ଟ ନାଇଡୁଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇବା ପରେ ସୋମବାର ସକାଳେ ତାଙ୍କୁ ଜେଲକୁ ଅଣାଯାଇଥିଲା। ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ସୁପ୍ରିମୋ ୭୩ ବର୍ଷୀୟ ନାଇଡୁଙ୍କୁ କେନ୍ଦ୍ରୀୟ ଜେଲର ‘ସ୍ନେହା’ ବ୍ଲକରେ ଏକ ସ୍ୱତନ୍ତ୍ର କୋଠରୀରେ ରଖାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଜେଲ କର୍ତ୍ତୃପକ୍ଷ ତାଙ୍କୁ ସୁରକ୍ଷା ଦୃଷ୍ଟିରୁ ଏକ ସ୍ୱତନ୍ତ୍ର କୋଠରୀ ସହ ଘର ରନ୍ଧା ଖାଦ୍ୟ, ଔଷଧ ଏବଂ ପର୍ଯ୍ୟାପ୍ତ ସୁବିଧା ଯୋଗାଇ ଦେଉଛନ୍ତି। ନାଇଡୁଙ୍କୁ ଜେଡ଼ ପ୍ଲସ୍ ବର୍ଗର ସୁରକ୍ଷା ଦିଆଯାଉଛି। ଯଦିଓ ଏନ୍‌ଏସ୍‌ଜି କମାଣ୍ଡୋଙ୍କୁ ଜେଲ୍‌ ଭିତରକୁ ଯିବାକୁ ଅନୁମତି ନାହିଁ। ସେପଟେ ତେଲୁଗୁ ଦେଶମ୍‌ ପାର୍ଟି ନାଇଡୁଙ୍କ ଗିରଫଦାରୀ ଏବଂ ନ୍ୟାୟିକ ହେପାଜତକୁ ପଠାଯିବା ବିରୋଧରେ ସମଗ୍ର ରାଜ୍ୟରେ ବନ୍ଦ ଡାକରା ଦେଇଛି। ବିଜୟୱାଡା ଏସିବି କୋର୍ଟଙ୍କ ବିଚାରପତି ହିମାବିନ୍ଦୁ ଏହି ମାମଲାର ଶୁଣାଣି କରି ଚନ୍ଦ୍ରବାବୁ ନାଇଡୁଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ପୂର୍ବତନ ସିଏମ୍‌ଙ୍କୁ ରାଜମୁନ୍ଦରି କେନ୍ଦ୍ରୀୟ ଜେଲକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି। କହି ରଖୁଛୁ, କୌଶଳ ବିକାଶ ନିଗମ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ସିଆଇଡି ଶନିବାର ଗିରଫ କରିଥିଲା। ଅଧିକାରୀଙ୍କ ମୁତାବକ, ଏହି ମାମଲା ଆନ୍ଧ୍ର ପ୍ରଦେଶରେ ଉତ୍କଷ୍ଟ କେନ୍ଦ୍ରର କ୍ଲଷ୍ଟର ପ୍ରତିଷ୍ଠା ସହିତ ଜଡ଼ିତ ରହିଛି। ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୩୩୦୦ କୋଟି ଟଙ୍କା। କିନ୍ତୁ ଜାଲିଆତି ହେତୁ ରାଜ୍ୟ ସରକାରଙ୍କୁ ୩୦୦ କୋଟିରୁ ଅଧିକ ଟଙ୍କା କ୍ଷତି ସହିବାକୁ ପଡ଼ିଥିବା ଏଜେନ୍ସି ଅଧିକାରୀମାନେ ଦାବି କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button