ରାଜ୍ୟ
କେନ୍ଦ୍ରାପଡାରେ ଆତଙ୍କ: ମାଛ ଜାଲରେ ପଡିଲା କୁମ୍ଭୀର, ବନ ବିଭାଗକୁ ହସ୍ତାନ୍ତର କଲେ ମତ୍ସ୍ୟଜୀବୀ – Ibnodisha
[ad_1]
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ଥମୁନି କୁମ୍ଭୀର ଆତଙ୍କ । ଗତ କିଛି ଦିନ ହେବ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳୁଛି । କୁମ୍ଭୀର ଆକ୍ରମଣରେ ବହୁ ଜୀବନ ହାନି ମଧ୍ୟ ଘଟୁଥିବା ଦୃଶ୍ୟ ସାମ୍ନାକୁ ଆସୁଛି । ଆଜି କିନ୍ତୁ କିଛି ଭିନ୍ନ ଘଟଣା ଦେଖିବାକୁ ମିଳିଛି । ଜଣେ ମତ୍ସ୍ୟଜୀବୀ ମାଛ ଧରିବାକୁ ଜାଲ ବିଛାଇଥିବା ବେଳେ ମାଛ ବଦଳରେ ଏକ କୁମ୍ଭୀର ପଡିଛି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପେଣ୍ଠପାଳ ପଞ୍ଚାୟତର କୁଳସାହି ଗାଁରେ ।ସୂଚନାମୂତାବକ ମାଛ ଧରିବାକୁ କୁଳସାହି ଗାଁରେ ମତ୍ସ୍ୟଜୀବୀ ଜଣକ ଜାଲ ପକାଇଥିଲେ । ଜାଲରେ ଦୁଇଟି କୁମ୍ଭୀର ପଡିଥିବା ବେଳେ ଗୋଟିଏ କୁମ୍ଭୀର ଜାଲ ଫଟାଇ ଚାଲିଯାଇଛି । ଆଉ ଗୋଟିଏ କୁମ୍ଭୀର ଜାଲରେ ଛନ୍ଦି ହୋଇ ଧରାପଡିଛି । ଜାଲରେ ପଡିଥିବା କୁମ୍ଭୀରକୁ ମତ୍ସ୍ୟଜୀବୀ କାବୁ କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ପରିସ୍ଥିତି ସୃଷ୍ଟି ହୋଇଛି ।
[ad_2]