ରାଜ୍ୟ

ନାବାଳକ ପ୍ରେମିକର ଉନ୍ମତ୍ତ କାଣ୍ଡ: ପ୍ରେମକୁ ବିରୋଧ କରିବାରୁ ପ୍ରେମିକାର ଦାଦାକୁ କଲା ହତ୍ୟା

ଭୁବନେଶ୍ୱର : କ୍ରାଇମ କ୍ୟାପିଟାଲ ରାଜଧାନୀ । ନାବାଳକ ପ୍ରେମିକର ଉନ୍ମତ୍ତ କାଣ୍ଡ । ପ୍ରେମିକାର ଦାଦାକୁ ବୀଭତ୍ସ ହତ୍ୟା କଲା ନାବାଳକ । ଚଳନ୍ତା ବାଇକରେ ଯୁବକଙ୍କ ବେକ କାଟିଦେଲା ନାବାଳକ ଅଭିଯୁକ୍ତ । ଖଣ୍ଡଗିରି ଥାନା ଜଗନ୍ନାଥ ନଗର ଶୁକ୍ ବିହାର ଅଞ୍ଚଳରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ହେଲେ ଶୁକ ବିହାର ଅଞ୍ଚଳର ଜଗା ମଲ୍ଲିକ୍ ।

ମୃତ ଜଗତଙ୍କ ଝିଆରୀକୁ ପ୍ରେମ କରୁଥିଲା ଅଭିଯୁକ୍ତ । ତେବେ ପ୍ରେମକୁ ବିରୋଧ କରିବାରୁ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକାର ଦାଦାଙ୍କୁ ହତ୍ୟା କରିଛି ଅଭିଯୁକ୍ତ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଜଗା ବାଇକରେ ଘରକୁ ଫେରୁଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ ନାବାଳକ ଅଭିଯୁକ୍ତ ଖଣ୍ଡା ସାହାଯ୍ୟରେ ଜଗାଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ଜଗାଙ୍କ ବେକରେ ଗଭୀର ଆଘାତ ଲାଗିବା ସହିତ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଗୁରୁତର ଅବସ୍ଥାରେ ଜଗାଙ୍କୁ ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଜଗାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସେପଟେ ଘଟଣାରେ ସଂପୃକ୍ତ ନାବାଳକ ଖଣ୍ଡଗିରି ଥାନାରେ ଆତ୍ମସମର୍ପଣ କରିଛି । ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button