ରାଜ୍ୟ

ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲି ସୃଷ୍ଟି କଲେ ଇତିହାସ, ପ୍ରଥମ ଚେଷ୍ଟାରେ କଲେ ନିଟ୍ କ୍ଲିୟର

ବାଲେଶ୍ଵର/ମାଲକାନଗିରି: କିଛି କରିଦେଖାଇବାର ଜୋସ୍‌ ରଖୁଥିବା ଲୋକମାନେ କୌଣସି କାର୍ଯ୍ୟ କରିବାକୁ ପଛାନ୍ତି ନାହିଁ । ଏମାନେ ଅସମ୍ଭବକୁ ସମ୍ଭବରେ ପରିଣତ କରିଥାନ୍ତି । କୁହାଯାଏ ଦୃଢ ଇଚ୍ଛାଶକ୍ତି ବଳରେ ସବୁକିଛି ସମ୍ଭବ ହୋଇଥାଏ । ଅସାଧ୍ୟକୁ ବି ସାଧ୍ୟ କରିହୁଏ । ଯାହାକୁ ଆମେ ଅସମ୍ଭବ ବୋଲି ଭାବିଥାଉ, ସେହିକାମ ଆମ ପାଇଁ ସମ୍ଭବ ହୋଇ ରହିଥାଏ ।

ଯେମିତି ବଣ୍ଡା ଘାଟିର ଏହି ଯୁବକ । ଯିଏ ସୃଷ୍ଟିକଲେ ଇତିହାସ ।

ମାଲକାନଗିରି ଆଦିମ ଅଧ୍ୟୁଷିତ ଅଞ୍ଚଳ ବଣ୍ଡାଘାଟି ଯାହାକି ସ୍ୱଭାବିକ ଜୀବନ ଶୈଳୀ ଠାରୁ ଅଲଗା ସେଠାକାର ପରିସ୍ଥିତି । ନିରକ୍ଷରତା , ଅପହଞ୍ଚ ସ୍ୱାସ୍ଥ୍ୟ ସେବା, ଶିକ୍ଷା ବ୍ୟବସ୍ଥା ଆଉ ଗମନାଗମନ ସବୁ ସେଠି ଯେମିତି ସାତ ସପନ । ତଥାପି ଏସବୁ ପରିସ୍ଥିତି ଭିତରେ ନିଜେ ଲଢି, ମନରେ କିଛି କରି ଦେଖାଇବାର ପଣ ନେଇ ବଣ୍ଡା ଯୁବକ ମଙ୍ଗଳା ମୁଦୁଲି ପ୍ରଥମ ଚେଷ୍ଟାରେ ନିଟ କ୍ଲିୟର କରିଛନ୍ତି । ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରେ ନିଜର ନାମ ଲେଖେଇବାକୁ ଯାଉଛନ୍ତି ।

ବର୍ତମାନ ବାଲେଶ୍ଵରରେ ରହି ସେ ଉତ୍କଳ କେଶରୀ ଦାସ ନାମକ ତାଙ୍କର ଜଣେ ଶିକ୍ଷକଙ୍କ ସହାୟତାରେ ମେଡିକାଲ ପାଇଁ ପ୍ରସ୍ତୁତି ନେଉଥିବା ବେଳେ ପ୍ରଥମ ଚେଷ୍ଟା ହିଁ ତାଙ୍କ ସଫଳତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ତେବେ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକରେ ରହିଛି ବଣ୍ଡାଘାଟି । ଏହି ବଣ୍ଡାଘାଟିର ଆଦିମ ଜନଜାତି ବଣ୍ଡା ସଂପ୍ରଦାୟର ଆଗଧାଡିର ବଣ୍ଡା ଛାତ୍ର ଏବେ ଡାକ୍ତର ବନିବେ । ଯାହାକୁ ନେଇ ବଣ୍ଡାଘାଟିରେ ଖୁସିର ଲହରି ଖେଳିଯାଇଛି । ୨୦୨୪ ନିଟ୍ ପରୀକ୍ଷାରେ ବଣ୍ଡାଯୁବକ ମଙ୍ଗଳା ମୁଦୁଲି ଉତ୍ତୀର୍ଣ୍ଣ ହୋଇଛନ୍ତି । ବଣ୍ଡାଘାଟିର ମଦୁଲିପଡା ପଞ୍ଚାୟତର ବଡବେଲ ଗ୍ରାମର ହାଡୁ ମୁଦୁଲିଙ୍କ ପୁଅ ମଙ୍ଗଳା ମୁଦିଲି ।

 

ନିଜର ଛାତ୍ର ଜୀବନ ବଣ୍ଡାଘାଟିର SSD ବାଳକ ଉଚ୍ଚ ବିଦ୍ୟାଳୟରେ କଟାଇଛନ୍ତି । ଦଶମ ପାସ କରିବା ପରେ ମାଥିଲି ବଳଦିଆଗୁଡା ଏସଏସଡି ହାଇସ୍କୁଲରେ ଯୁକ୍ତ ଦୁଇ ବିଜ୍ଞାନ ପାସ କରିଛନ୍ତି । ପିଲାଟି ଦିନରୁ ମଙ୍ଗଳା ପାଠ ପଢିବାକୁ ଭଲ ପାଆନ୍ତି । ତାଙ୍କୁ ଶିକ୍ଷାଦାନ କରୁଥିବା ବଣ୍ଡାଘାଟିର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଉତ୍କଳ କେଶରୀ ଦାସ ପ୍ରଥମେ ମଙ୍ଗଳାଙ୍କୁ ଠାବ କରିଥିଲେ । ମଙ୍ଗଳା ବିଦ୍ୟାଳୟରେ ପ୍ରଥମ ହେବା ସହ ସମସ୍ତ ବିଷୟରେ ପାରଙ୍ଗମ ଥିଲେ । ତେବେ ଶିକ୍ଷକ ଶ୍ରୀ ଦାସ ତାକୁ ନିଜର ଉଦ୍ୟମରେ ଆଗକୁ ବଢିବା ପାଇଁ ପ୍ରେରଣା ଦେଲେ ।

ଯୁକ୍ତ ଦୁଇ ସରିବା ପରେ ସେ କିପରି ଡାକ୍ତର ବନିବ ଏବଂ ନିଜ ଅଂଚଳର ବଣ୍ଡା ସଂପ୍ରଦାୟର ଲୋକଙ୍କୁ ସହଯୋଗ କରିବ ତେଣୁ ତାକୁ ବାଲେଶ୍ବର ନେଇ ଏକ କୋଚିଂ ସଂସ୍ଥାରେ ତାଲିମ ନେବାକୁ ସହଯୋଗ କଲେ । ଶିକ୍ଷକ ଶ୍ରୀ ଦାସଙ୍କ ଉଦ୍ୟମରେ ଏବଂ ସହଯୋଗରେ ଆଜି ମଙ୍ଗଳା ଡାକ୍ତର ବନିବେ ।

ତେବେ ଏହି ଖବର ପ୍ରଚାର ହେବା ପରେ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି । ତେବେ ଶ୍ରୀ ଦାସଙ୍କ କହିବା ହେଲା ତାଙ୍କର କିପରି କଟକ ମେଡିକାଲରେ ନାମ ଲେଖାଯାଇପାରିବ ସେନେଇ ଚେଷ୍ଟା କରାଯାଉଛି । ତେବେ ମଙ୍ଗଳାଙ୍କ ପାଠ ପଢିବା ନିଶା ତାଙ୍କୁ ଆଜି ସଫଳ କରିଛି । ଏମିତି ବହୁ ପିଲା ବଣ୍ଡାଘାଟିରେ ଥିବା ବେଳେ ତାଙ୍କୁ ଉଚିତ୍ ମାର୍ଗ ଏବଂ ସହଯୋଗ ମିଳିଲେ ଆଗକୁ ନିହାତୀ ବଢି ପାରିବେ ବୋଲି ଶ୍ରୀ ଦାସ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button