ରାଜ୍ୟ
ବିକଟାଳ ଶବ୍ଦ ଓ ରଙ୍ଗ ରୁଟ୍ କଟକଣା ୮୧ ବାଇକ୍ ଜବତ – Ibnodisha

[ad_1]

ଭୁବନେଶ୍ବର: ରାଜଧାନୀ ରାସ୍ତାରେ କେଉଁ ବାଇକ୍ ବିକଟାଳ ଶବ୍ଦ କରି ଯାଉଛି ତ କେହି ବାଇକ୍ ଆରୋହୀ ରଙ୍ଗ ରୁଟ୍ରେ ମାଡ଼ି ଯାଉଛି। ଏଭଳି ନିୟମ ଉଲ୍ଲଂଘନ କରୁଥିବା ଚାଳକଙ୍କୁ ଆଉ ବରଦାସ୍ତ କରିବ ନାହିଁ କମିସନରେଟ୍ ପୁଲିସ। ଏବେ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଇ ଛାଡ଼ି ଦିଆଯାଉଛି। ଆଗକୁ ସିଧା ଗାଡ଼ିକୁ କୋର୍ଟରେ ଜିମା ଦିଆଯିବ। ଆଜି କମିସନରେଟ୍ ଟ୍ରାଫିକ୍ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୮୧ଜଣ ନିୟମ ଉଲ୍ଲଂଘନକାରୀଙ୍କ ବାଇକ୍କୁ ଜବତ କରାଯାଇଛି। ଟ୍ରାଫିକ୍-୧ ଓ ୨ ପକ୍ଷରୁ ଚଢ଼ଉ କରାଯାଇଥିଲା। ବିକଟାଳ ଶବ୍ଦ କରୁଥିବା ୬୩ ବାଇକ୍ ଓ ରଙ୍ଗ ରୁଟ୍ରେ ଆସୁଥିବା ୧୮ଟି ବାଇକ୍ ଜବତ କରାଯାଇଛି।
[ad_2]